ଲାଇଫ ଷ୍ଟାଇଲ୍ ଫିଜିଓଥେରପି କ୍ଲିନିକ୍ ଆଣ୍ଡ ରିହାବିଲେସନ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ଫିଜିଓଥେରୋପି ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉତ୍କଳ ହିତୈଷିଣୀ ସଭାଗୃହରେ ଲାଇଫ ଷ୍ଟାଇଲ୍ ଫିଜିଓଥେରପି କ୍ଲିନିକ୍ ଆଣ୍ଡ ରିହାବିଲେସନ ସେଣ୍ଟର ତରଫରୁ ଆନ୍ଜର୍ଜାତିକ ଫିଜିଓଥେରପି ଦିବସ ପାଳିତ ହୋଇଯାଇଛି । ଗଜପତି କଳାପରିଷଦର ଶିଳ୍ପୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗିତ ଗାନ ପରେ ତନୁଜା ଶତପଥୀ ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଉଦ୍ଘାଟକ ତଥା ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ କଲ୍ୟାଣୀ ଦାଶ, ଡାକ୍ତର ଅରୁଣ ନାୟକ, ଡାକ୍ତର ଶିଶିର କୁମାର ଜେନା, ଡାକ୍ତର ବନ୍ଦନା ସ୍ୱାଇଁ, ଡି.ପ୍ରିୟଙ୍କା, ନୀୟତିର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସିନ ରହି ସମ୍ପ୍ରତି କୋଭିଡ୍ ସମୟରେ ଫିଜିଓଥେରୋପିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ର୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟାୟାମ, ଯୋଗ, ଶାରରୀକ ଖେଳର ଆବଶ୍ୟକତାକୁ ନେଇ ଗୁରୁତ୍ୱ ଆରୋପ କରାଯାଇଥିଲା । ଅନ୍ୟତମ ବକ୍ତା ଭାବେ ଅରୂପାଞ୍ଜଳୀ ମହାନ୍ତି, ସହ-ଫିଜିଓଥେରୋପିଷ୍ଟ ଭାଗବତ ପାଢୀ, ଦେବଦତ୍ତ ବେବର୍ତ୍ତା, ବିଷ୍ଣୁପ୍ରିୟା ମଣ୍ଡଳ, ସସ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଫିଜିଓଥେରୋପିରେ ଉପକୃତ ହୋଇଥିବା ଦୁଇ ଜଣ ହିତାଧିକାରୀ କୁସୁମ ପଣ୍ଡା ଏବଂ ଜୟନ୍ତ ପଣ୍ଡା ନିଜର ସକରାତ୍ମକ ଅଭିଜ୍ଞତା ସମ୍ପର୍କରେ ଜଣାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ଗୀତ ଏବଂ ନୃତ୍ୟ ଶିଳ୍ପୀମାନଙ୍କୁ ପ୍ରମାଣପତ୍ର, ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ପାରଳାଖେମୁଣ୍ଡି ଦ୍ୱାରା ଓଡିଶୀ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶାଶ୍ୱତୀ ବେବର୍ତ୍ତା, ଅରୁପାଢଞ୍ଜଳୀ ମହାନ୍ତି, ଡି.ପ୍ରିୟଙ୍କା, ଅରୁଣ ନାୟକ ପିରଚାଳନା କରିଥିଲେ ।


