ଲାଇବ୍ରେରୀୟାନ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ବିଜୁ ପଟ୍ଟନାୟକ ମହିଳା କଲେଜ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଲାଇବ୍ରେରୀୟାନ ଶ୍ରୀକାନ୍ତ କୁମାର ମହାନ୍ତି ଙ୍କୁ ରବିବାର ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା କୁମାରୀ ପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ଉପସ୍ଥିତ ରହି ଗତ ୧୯୯୨ ଅଗଷ୍ଟ ୧୦ ତାରିଖ କଲେଜ ପ୍ରତିଷ୍ଠା ଠାରୁ ଲାଇବ୍ରେରୀୟାନ ଙ୍କ ଅବଦାନ ଏବଂ ତାଙ୍କ କର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା ଏବଂ ପ୍ରତିଟି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଉଦବୋଧନ ଦେଇ ତାଙ୍କ ଅବଶିଷ୍ଟ ଜୀବନ ସୁଖ ଓ ଶାନ୍ତି ରେ କଟୁ ବୋଲି ଉଦବୋଧନ ଦେଇଥିଲେ। ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା  ଗୀତାଞ୍ଜଳି ମହାନ୍ତି,ମଞ୍ଜୁଳା ସାମନ୍ତରା,ସବିତା କୁମାରୀ ପଣ୍ଡା,ଅଧ୍ୟାପକ ସୁଧୀର କାନ୍ତ ପଣ୍ଡା,ପୀତବାସ ପାଢ଼ୀ, କର୍ମଚାରୀ ଏମ.ଭାସ୍କର,ବି.ଲୋକନାଥ,ମାମା ପଣ୍ଡା ଏବଂ ଜୟଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ