ଲାଇଲାଇ ପଞ୍ଚାୟତ ବାସିନ୍ଦା ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର ଶତାଧିକ ଲୋକ ସେମାନଙ୍କ ସମସ୍ୟା ସମାଧାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପଞ୍ଚାୟତର ୪ଗୋଟି ଗ୍ରାମ ଯଥାକୁମୁଣ୍ଡା, ବୁଦୁ ସାହି, ତଳ କୁମୁଣ୍ଡା, ଚାଙ୍ଗଡ଼ା ସାହିର ଶହେରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଲୋକମାନେ ନିଜର ସମସ୍ତ ନିତି ଦିନିଆ କାର୍ଯ୍ୟ ଏଵଂ ଡାକ ବିଭାଗ କାର୍ଯ୍ୟ ପାଇଁ ଗଣ୍ଡାହାତୀ ଗ୍ରାମକୁ ଯାଇଥାନ୍ତି କୁମୁଣ୍ଡା ଠାରୁ ଗଣ୍ଡାହାତୀ ଭାୟା ଛାଞ୍ଚଡ଼ା ସାହି ଦେଇ ୪କି. ମୀ ରାସ୍ତା ଯିବାକୁ ପଡେ। ଏହି ରାସ୍ତା ଅତି ଶୋଚନୀୟ ହୋଇପଡିଛି। ବର୍ଷାଦିନେ ଏହିପହଡ଼ିଆ ରାସ୍ତା ଧୋଇ ହେଇଯାଏ। ଏହି ଲୋକେ ଆବଶ୍ୟକ ସ୍ଥଳେ ୧୪କିଲୋ ମିଟର ରାସ୍ତା ବୁଲି ଜୀବକୁ ପଡ଼ିଥାଏ। ତେଣୁ ସେହି ଠାରେ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଏହି ୪ଗୋଟି ଗ୍ରାମର ଲୋକେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସେମାନେ ଭୋଟ ବର୍ଜନ କରିବାକୁ ପଚାଇବେ ନାହିଁ ବୋଲି ଜଣାଇଛନ୍ତି