ଲାଇସେନ୍ସ ପ୍ରଦାନ ଦାବିରେ ଫଟୋ ଗ୍ରାଫର ମାନଙ୍କ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରି ଜୀବିକା ନିର୍ବାହ କରୁଥିବା ମା ଭଗବତୀ ଫଟୋଗ୍ରାଫର ସଂଘ ପକ୍ଷରୁ ଏଏସଆଇ ପକ୍ଷରୁ ଜାରି ୨୦୧୭ ଫଟୋଗ୍ରାଫର ଗାଇଡଲାଇନ ବାତିଲ ଓ ସ୍ଥାୟୀ ଲାଇସେନ୍ସ ପ୍ରଦାନ ଦାବିରେ ପୂର୍ବାହ୍ନ ୧୧ଘଟିକା ସମୟରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ମା ଭଗବତୀ ଫଟୋଗ୍ରାଫର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖବରରୁ ପ୍ରକାଶ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ମା ଭଗବତୀ ଫଟୋଗ୍ରାଫର ସଂଘର ୪୬ଜଣ ଫଟୋଗ୍ରାଫର ଫଟୋ ଉତ୍ତୋଳନ କରି ୮ବର୍ଷ ଧରି ଜୀବିକା ନିର୍ବାହ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ବ ମହାମାରୀ କରୋନା ସମୟରେ କଡାକଡି କଟକଣାକୁ ଦୃଷ୍ଟିରେ ରଖି ଫଟୋ ଉତ୍ତୋଳନ କରିବା ପାଇଁ ମା ଭଗବତୀ ଫଟୋଗ୍ରାଫର ସଂଘ ପକ୍ଷରୁ ମାନ୍ୟବର ହାଇକୋର୍ଟ କେଶନଂ-୩୬୩୩୧/୨୧ରେ ସଭ୍ୟ ମାନଙ୍କ ଦ୍ଵାରା ୫ହଜାର ଟଙ୍କା ଦାଖଲ କରି ସୂର୍ଯ୍ୟ ମନ୍ଦିର ପରିସରରେ କଟକଣାକୁ ଦୃଷ୍ଟିରେ ରଖି ରୋଟେସନ ଭିତ୍ତିରେ କାର୍ଯ୍ୟ କରିବା ପାଇଁ ଏଏସଆଇ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କୋଣାର୍କ ବସଷ୍ଟାଣ୍ଡ ଠାରୁ ମା ଭଗବତୀ ଫଟୋଗ୍ରାଫର ସଂଘ ପକ୍ଷରୁ ଶୋଭାଯାତ୍ରା ବାହାରି ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ଏଏସଆଇ କର୍ତୃପକ୍ଷଙ୍କ ଦ୍ବାରା ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରିବା ଜାରି ୨୦୧୭ ଗାଇଡଲାଇନକୁ ବାତିଲ କରିବା ଓ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ମା ଭଗବତୀ ଫଟୋଗ୍ରାଫର ସଂଘ ପକ୍ଷରୁ ଦାଖଲ ୫୦୦୦ ଟଙ୍କା ବଦଳରେ ସଂଘର ୪୬ ଜଣ ସଭ୍ୟ ମାନଙ୍କୁ ଫଟୋ ଉତ୍ତୋଳନ କରିବା ପାଇଁ ସ୍ଥାୟୀ ଲାଇସେନ୍ସ ପ୍ରଦାନ କରିବା ଦାବିରେ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ତଥା ବିଶିଷ୍ଟ ଶ୍ରମିକ ନେତା ମନୋରଞ୍ଜନ ପରିଡା ଯୋଗଦେଇ ତୁରନ୍ତ ଏଏସଆଇ କତୃପକ୍ଷ ସଂଘର କର୍ମକର୍ତ୍ତା ମାନଙ୍କୁ ସ୍ଥାୟୀ ଲାଇସେନ୍ସ ପ୍ରଦାନ ଓ ଜାରି ୨୦୧୭ ଫଟୋଗ୍ରାଫର ଗାଇଡଲାଇନ ବାତିଲ କରାନଗଲେ ଦାବି ହାସଲ ପାଇଁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ସ୍ଥାନୀୟ ଏଏସଆଇ କର୍ତୃପକ୍ଷଙ୍କ ଜରିଆରେ ଭୁବନେଶ୍ବର ସ୍ଥିତ ଏଏସଆଇ ସୁପରିଟଣ୍ଡେଣ୍ଟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶୁଭେନ୍ଦୁ ମହାନ୍ତି, ସଂପାଦକ ରତ୍ନାକର ବାରିକ, ଗଂଗାଧର ବେଉରାଙ୍କ ସମେତ ୪୬ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ