ଲାଗି ରହିଛି ଲଘୁଚାପ ଜନିତ ବର୍ଷା, ବ୍ୟାପକ ପରିମାଣରେ ଫସଲ ନଷ୍ଟ
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡ଼ା ଜିଲ୍ଲାରେ ଗୁରୁବାର ମଧ୍ୟ ରାତ୍ରି ଠାରୁ ଲାଗି ରହିଛି ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷା। ଏଭଳି ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସେପଟେ ଅମଳ ପାଇଁ ପଡ଼ିରହି ଥିବା କପା ଓ ଧାନ ଫସଲ ବର୍ଷା ପାଣିରେ ଭିଜି ହୋଇ ସମ୍ପୃର୍ଣ ଭାବେ ନଷ୍ଟ ହେବା ଦେଖା ଦେଇଛି। ଫଳରେ ଜିଲ୍ଲାର ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏକ ପ୍ରକାର କ୍ଷତି ସହୀବା ଦେଖା ଦେଇଛି। ଗତକାଲି ମଧ୍ୟ ରାତ୍ରି ଠାରୁ ଲାଗି ରହିଥିବା ବର୍ଷା ଜିଲ୍ଲାର କେତେକ ବ୍ଲକ ରେ ଦିନ ତମାମ ଲାଗି ରହିଥିବା ଫଳରେ ସମ୍ପୃର୍ଣ କାମଧାମ୍ ବନ୍ଦ ହୋଇ ପଡିରହିଥିବା ଦେଖା ଦେଇଛି । ସେପଟେ ଜିଲ୍ଲାର ଅନେକ ଚାଷୀଙ୍କୁ ଟକନର୍ ସୁବିଧା ମିଳିଛି ହେଲେ ମିଲରସ୍ ଓ ଯୋଗାଣ ବିଭାଗର ରେଜିଷ୍ଟସନ୍ ହେଇପାରି ନଥିବା ଯୋଗୁଁ ଚାଷୀ ଅମଳ କରିଥିବା ଧାନ ମଣ୍ଡିକୁ ନ ନେଇ ଖଳାରେ ରଖିଥିବା ଫଳରେ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଦେଖା ଦେଇଛି। ଋଣ କରି ଅମଳ କରିଥିବା ଫସଲକୁ ଚାଷୀ ଜରି ଓ ପାଲ ଘଡାଇ ସାଇତି ରଖିଥିବା ଦେଖା ଦେଇଛି।ଆଉ ଦୁଇଦିନ ଯଦି ଏଭଳି ଲଘୁଚାପ ଜନିତ ବର୍ଷା ଲାଗି ରହେ ତେବେ ସମ୍ପୂର୍ଣ୍ଣ ଭାବେ ଧାର କରଜ କରି ଅମଳ କରିଥିବା ଧାନ ନଷ୍ଟ ହେବା ସମ୍ଭାବନା ରହିଛି। ରାୟଗଡ଼ା ଜିଲ୍ଲାର ଅନ୍ୟ ଏକ ଅର୍ଥକାରୀ ଫସଲ କପା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଦେଖା ଦେଇଛି । ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ଗୁଣପୁର ବ୍ଲକରେ ସର୍ବାଧିକ ୧୨,୦ମିମି ବର୍ଷା ହୋଥିବାବେଳେ ବେଳେ କୋଲନରା ବ୍ଲକରେ ୦,୦ ମିମି,ରାମନାଗୁଢ଼ା ବ୍ଲକରେ ୦,୦ମିମି, ପଦ୍ମପୁର ବ୍ଲକରେ୨,୦ ମିମି , ଗୁଡ଼ାରୀ ବ୍ଲକରେ୦,୦ ମିମି, ବିଷମକଟକ ବ୍ଲକରେ ୦,୦ମିମି, ମୁନିଗୁଡା ବ୍ଲକରେ ୮,୦ମିମି, ଚନ୍ଦ୍ରପୁର ବ୍ଲକରେ ୦,୦ମିମି, କାଶିପୁର ବ୍ଲକ ରେ ୦,୦ମିମି, କଲ୍ୟାସିଂହପୁର ବ୍ଲକରେ ୦,୦ମିମି ଓ ରାୟଗଡ଼ା ବ୍ଲକରେ ୫,୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।