ଲାଗୁ ହେଲା ନିର୍ବାଚନ ଆଚରଣ ବିଧି : ହଟିଲା ବେଆଇନ ହୋଡ଼ିଂ

ହିଞ୍ଜିଳିକାଟୁ, ୧୨ା୩ (ଶେଷଦେବ ସାହୁ): ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ରବିବାର ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ନିମନ୍ତେ ପ୍ରଶାସନ ତତ୍ପର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରପ୍ରଶାସନ ଆଚାର ସଂହିତାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସୋମବାର ଦିନ ହିଞ୍ଜିଳିକାଟୁ ସହରର ବିଭିନ୍ନ ଛକରେ ଲାଗିଥିବା ନିର୍ବାଚନ ହୋଡ଼ିଂ ବାହାର କରାଯାଇଛି । ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲାଗିଥିବା ନେତା ମାନଙ୍କ ହୋଡ଼ିଂ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ହୋଡ଼ିଂକୁ ମଧ୍ୟ ବାହାର କରାଯାଇଛି । ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କଅଁରଙ୍କ ନିର୍ଦେଶକ୍ରମେ ଏକ ସ୍କ୍ୱାର୍ଡ଼ ଗଠନ କରାଯାଇଛି । ସେହିପରି ନିର୍ବାଚନକୁ ଆଖି ଅଗରେ ରଖି ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ବହୁ ସ୍କ୍ୱାର୍ଡ଼ ଗଠନ କରାଯାଇ ସହରରେ ତୀକ୍ଷ୍ନ ନଜର ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ