ଲାଗୁ ହେଲା ‘ୱାନ ନେସନ ୱାନ ରାସନ କାର୍ଡ଼’
ହିତାଧିକାରୀ ମାନଙ୍କ ପାଇଁ ଖୁସିଖବର ରବିବାର ଠାରୁ ଓଡିଶାରେ ଲାଗୁହୋଇଛି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ । ଏହି ନୂଆ ବ୍ୟବସ୍ଥା ଅନୁସାରେ ରାଜ୍ୟ ହିତାଧିକାରୀ ଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ୱାନ ନେସନ ୱାନ ରାସନ କାର୍ଡ଼’ ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଅନର୍ଗତ ରହିବେ । ଏହି ନିୟମ ଆମ ରାଜ୍ୟରେ ଆଜି ଠାରୁ ଲାଗୁ କରାଯାଇଛି । ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଖାଉଟି ଯେକୈାଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯାଇଛି । ଭୁବନେଶ୍ୱର ପୋର୍ଟାବିଲିଟି ଜରିଆରେ ସାମଗ୍ରୀ ମିଳିବ ।