ଲାଞ୍ଚନେଇ ଧରାପଡିଲେ ଆର ଆଇ

ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ ଅନ୍ତର୍ଗତ ମାନ୍ୟକୋଣ୍ଡା ରାଜସ୍ୱ ନିରୀକ୍ଷକ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏମ ଭି-୬୭ ଗ୍ରାମର ଦୀପଙ୍କର ମଣ୍ଡଳ ନାମକ ଜଣେ ବ୍ୟକ୍ତି ନିଜ ଜମିହର ପଟ୍ଟା କରିବା ପାଇଁ ମାନ୍ୟକୋମାଣ୍ଡା ରାଜସ୍ୱ ନିରୀକ୍ଷକ ପାଖକୁ ଯାଇଥିଲେ । ପରେ ସେ ଜମିର ପଟ୍ଟା କରିବା ପାଇଁ ହିତାଧିକାରୀ ଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିବା ସହ ବାରମ୍ବାର ଅନୁରୋଧ ପରେ ମଧ୍ୟ ନିରୀକ୍ଷକ ତାଙ୍କୁ  ଅସହେଯୋଗ କରିଥିଲେ । ଏନେଇ ଦୀପଙ୍କର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଆରଆଇଙ୍କୁ ମାଲକାନଗିରି ସ୍ଥିତ ଭିଜଲାନ୍ସ କାର୍ଯ୍ୟାଳୟ କୁ ଅଣାଯାଇ ପଚରା ଉଚରା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ