ଲାଞ୍ଚନେଇ ଫସିଲେ ସରକାରୀ ବାବୁ

ବୌଦ୍ଧ , (ଯୁଗାବ୍ଦ ନ୍ୟୁଜ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟପଡା ଗ୍ରାମପଞ୍ଚାୟତର ଗ୍ରାମ୍ୟ ରୋଜଗାର ସହାୟକ ପାଣ୍ଡବ ମହଲ ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ସୁଚନାନୁସାରେ, କଣ୍ଟାମାଳ କୁଆଁସିଲା ଗ୍ରାମର ଋଷିପାଳ ରଣାଙ୍କୁ ପିଏମଜିଏୱାଇ ଯୋଜନାରେ ୱାର୍କ ଅର୍ଡର କରେଇଦବାପାଇଁ ଲାଞ୍ଚ ବାବଦରେ ୧୫ ହଜାର ଟଙ୍କା ଦାବୀ କରିଥିଲେ । ମଙ୍ଗଳବାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସେ ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ଦ୍ୱାରା ଧରା ପଡି ଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ୨୯/ ୨୦୧୯ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ପଠାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ