ଲାଞ୍ଚ ନେଇଥିବା ଡେରାବିଶ ବ୍ଲକର ପୂର୍ବତନ କିରାଣୀଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ଡିଲିଙ୍ଗ ଆସିଷ୍ଟାଣ୍ଟ ମାଧବ ଚରଣ ଆଚାର୍ଯ୍ୟଙ୍କୁ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ ନିମନ୍ତେ ଲାଞ୍ଚ ଗ୍ରହଣ କରିଥିବା ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗର ବିବରଣୀରୁ ପ୍ରକାଶ ଯେ ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ବର୍ତ୍ତମାନର ମହାକାଳପଡା ବ୍ଲକର ବରିଷ୍ଠ କିରାଣୀ ମାଧବ ଚରଣ ଆଚାର୍ଯ୍ୟ ଗତ ୨୦୧୦ମସିହାରେ ଡେରାବିଶ ବ୍ଲକରେ କନିଷ୍ଠ କିରାଣୀ ଥିବା ବେଳେ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ କରିବାକୁ ଲାଞ୍ଚ ଦାବି କରିବା ସହ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ ଟି.ଆର. ନମ୍ବର- ୧୦/୨୦୧୦ରେ ଭିଜିଲାନ୍ସର ଧାରା ୧୩(୨)(ଆର/ଡବ୍ଲୁ), ୧୩(୧)(ଘ)/୭ ପି.ସି. ଆକ୍ଟରେ ଏମକ ମାମଲା ରୁଜୁ ହୋଇଥିଲା. ସେହି ମାମଲାର ବିଛାର କରି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଡେରାବିଶ ବ୍ଲକର ତତକାଳୀନ କିରାଣୀ ତଥା ବର୍ତ୍ତମାନର ମହାକାଳପଡା ବ୍ଲକର ବରିଷ୍ଠ କିରାଣୀ ମାଧବ ଚରଣ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ