ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ହାତରେ ଧରାପଡ଼ିଛନ୍ତି। ଏହାସହିତ ତାଙ୍କ ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି।ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଗ୍ରାମର ଲଳିତ କୁମାର ସାହୁଙ୍କ ତାଙ୍କର ଏକ ପୁରୁଣା ଜମି ନଥିପତ୍ର ଦେବା ପାଇଁ ଅଶୋକ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଲଳିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଚଢାଉ କରି ଟଙ୍କା ଜବତ କରିବା ସହ ଭିଜିଲାନ୍ସ ବିଭାଗ ଅଶୋକଙ୍କୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ