ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ କୁକୁଡାଖଣ୍ଡି କଲେଜ ଅଧକ୍ଷ
କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍):ଶିକ୍ଷା ବିଭାଗ ରେ କଳଙ୍କ, ମହାବିଦ୍ୟାଳୟ ସ୍ତର କୁ ବି ବ୍ୟାପିଲାଣି ଲାଞ୍ଚ କାରବାର ଏମିତି ମହାବିଦ୍ୟାଳୟ ରେ ଖୋଦ ଅଧକ୍ଷ ଲାଞ୍ଚ ନେବା ଶିକ୍ଷା ବିଭାଗ କୁ କଳଙ୍କିତ କରିଛି.. ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଚନ୍ତି କୁକୁଡାଖଣ୍ଡି ଯୁକ୍ତ ଦୁଇ କଲେଜ ଅଧକ୍ଷ ଏମ.ଟୁନା ପାତ୍ର I ମିଳିଥିବା ସୂଚନା ମୁତାବକ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଡେମୋଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କୁ ଜିପିଏଫ ଏବଂ ଏରିଏର ବିଲ ପାସ କରେଇଦେବା ପାଇଁ ୧୫୦୦୦ ଟଙ୍କା ଅଧକ୍ଷ ଲାଞ୍ଚ ମାଗିଥିଲେ I ଏନେଇ ଶ୍ରୀ ଜେନା ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଥିଲେ I ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଅଧିକାରୀ ଛପି ରହିଥିବାବେଳେ ଶ୍ରୀ ଜେନା ତାଙ୍କୁ ୧୫୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭାଗୀୟ ଅଧିକାରୀ ମାନେ ସିଧାସଳଖ ଅଧକ୍ଷଙ୍କ ଡାହାଣ ପଟ ପକେଟରୁ ଲାଞ୍ଚ ବାବଦୀୟ ଅର୍ଥ ଜବତ କରିଥିଲେ I ଏନେଇ ଭିଜିଲାନ୍ସ କେଶ ନ. ୧୫/୨୦ ରେ ଅଣ୍ଡର ସେକ୍ସନ ୭ପିସି ରେ ଏକ ମାମଲା ରୁଜୁ କରି ଟୁନା ପାତ୍ରଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୁନୀଲ ପାତ୍ର ସୂଚନା ଦେଇଛନ୍ତି। I


