ଲାଞ୍ଚ ନେବା ପଡିଲା ମହଙ୍ଗା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଭିଜିଲାନ୍ସ ଜାଲରେ ପୁଣି ଫସିଲେ ସରକାରୀ କର୍ମଚାରୀ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଉଧୁରା ଗ୍ରାମ ପଞ୍ଚାୟତର ପିଇଓ ମନୋଜ କୁମାର ସାହୁ ଗ୍ରାମପଞ୍ଚାୟତର ଅସ୍ଥାୟୀ ପିଅନ ପାଣୁଚରଣ ସେଠୀଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୁଚନାପ୍ରକାରେ , ପାଣୁଙ୍କର ଦରମା ବୃଦ୍ଧି ପାଇଁ ଜିପି ବୈଠକରେ ଉପସ୍ଥାପନା କରିବା ନିମନ୍ତେ ସେ ଲାଞ୍ଚ ଦାବି କରିଥିବା ଜଣାପଡିଛି । ଏ ସମ୍ପର୍କରେ ପାଣୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇବା ସହ ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଏକ ଟିମ ମନୋଜଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛପି ରହିଥିଲେ । ମନୋଜ ପାଣୁଙ୍କ ଠାରୁ ଟଙ୍କା ନେବା ପରେ ତାଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଥିବାବେଳେ ସୋମବାର ତାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଭିଜିଲାନ୍ସ ଏସିପି ସୁଚନା ଦେଇଛନ୍ତି ।


