ଲାଞ୍ଚ ମାଗିବା ମହଙ୍ଗା ପଡିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗର ଡାକ୍ତର ଉମାଶଙ୍କର ଦଲାଲ ପ୍ରସୂତି ମହିଳାଙ୍କ ଚିକିତ୍ସା ନିମନ୍ତେ ଜବରଦସ୍ତି ଅର୍ଥ ଦାବୀ କରିବା ସହ ଲାଞ୍ଚ ନଦେଲେ ଚିକିତ୍ସା କରିବି ନାହିଁ ବୋଲି ଧମକାଉ ଥିବାର ବହୁବାର ଅଭିଯୋଗ ହୋଇଆସୁଛି । ଗତକାଲି ଏଭଳିଭାବେ ଧମକାଇ ଜଣେ ପ୍ରସୂତୀ ମହିଳାଙ୍କୁ ଆର୍ଥଦାବୀ କରିବା ଯୋଗୁଁ ଡାକ୍ତରଖାନାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିରେ ଅଭିଯୋଗକାରୀମାନେ କହିବା ମୁତାବକ ଏହି ଚିକିତ୍ସାଳୟକୁ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ରୋଗୀମାନେ ଆସିଥାନ୍ତି । ତେବେ ସରକାରୀ ଚିକିତ୍ସାଳୟରେ କେଉଁ ଉଦ୍ଦେଶ୍ୟରେ ଚିକିତ୍ସା ନିମନ୍ତେ ଅର୍ଥ ଦାବୀ କରାଯାଉଛି ଏହାକୁନେଇ ଆଜି ପାରଳାଖେମୁଣ୍ଡି ସହରର ପ୍ରାୟ ୨୦ରୁ ଉର୍ଦ୍ଧ ଯୁବକମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକଙ୍କୁ ଗତକାଲି ଅଭିଯୋଗ କରିଥିଲେି । ଉକ୍ତ ପ୍ରସୂତୀ ବିଭାଗର ଡାକ୍ତରଙ୍କୁ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଥିପାଇଁ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ସନ୍ତୋଷ କୁମାର ପାତ୍ର, ଗ୍ରାବିଏଲ୍ ବେହେରା, ମୋହନ କୁମାର ମହାଙ୍କୁଡ, ସନ୍ତୋଷ କୁମାର ପଣ୍ଡା, ଶୁଭ୍ରାଶୁଂ ଗୁରୁ, ଏମ୍.ତ୍ରିନାଥ, ସୁଦର୍ଶନ ସାହୁ ପ୍ରମୁଖ ଦାବୀ କରିଥିଲେ । ଏହାକୁ ନେଇ ମୁଖ୍ୟ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଚାପା ଉତ୍ତେଜନ ଦେଖା ଯାଇଥିଲା । ପରେ ପୋଲିସ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ଓ ଘଟଣାର ତଦନ୍ତ ଓ ନିଶ୍ଟିତ କାର୍ଯ୍ୟାନୁଷ୍ଠାନର ପ୍ରତିସୃତି ପରେ ଉତ୍ତେଜନା କମିଥିଲା । ଏହାପରେ ମୁଖ୍ୟଚିକିତ୍ସାଧିକାରିଣୀ ତଦନ୍ତ କରି ସଂପୃକ୍ତ ଡାକ୍ତରଙ୍କୁ ଏଠାରୁ ବଦଳି କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ