ଲାଞ୍ଚ ମାମଲା ଶୁଣାଣି କରି ଫରେଷ୍ଟ ଗାର୍ଡଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ଫରେଷ୍ଟ ଗାର୍ଡ଼ଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଘଟଣାରୁ ପ୍ରକାଶ, ଗତ ୨୦୧୮ ମସିହା ମେ ମାସ ୧୬ ତାରିଖରେ ଶଙ୍କରାଖୋଲ ଫରେଷ୍ଟ ବିଟ୍‌ ହାଉସ୍‌ର ଫରେଷ୍ଟ ଗାର୍ଡ଼ ମନୋରଞ୍ଜନ ଅମାତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ । ଫରେଷ୍ଟ ଗାର୍ଡ଼ ଅମାତ ସ୍ଥାନୀୟ ଶ୍ରୀକାକୁଟି ଗ୍ରାମର ଶ୍ରୀମୁଖ କହଁରଙ୍କ ଠାରୁ ପଞ୍ଚାୟତ ଗଭୀର କୂଅ ନିର୍ମାଣ ପଥର ପ୍ୟାକିଂ ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍‌ସ ପକ୍ଷରୁ ଏକ ମାମଲା ନଂ ୨୧/୨୦୧୮ ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟର ବିଚାରପତି ସତ୍ୟପୀର ମିଶ୍ର ମାମଲାର ବିଚାର  କରୁଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ କୁମାର ଦୋରା ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ