ଲାଞ୍ଜିଗଡ଼ରେ ମାଓ ପୋଷ୍ଟର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଆମ୍ବଗୁଡା ଗ୍ରାମ ନିକଟ ରାସ୍ତା କଡର ଏକ କଲଭଟ,ଖଜୁରୀ ଗଛ ଓ ଠିକା କ୍ୟାମ୍ପର ଠିଆ ହୋଇ ଥିବା ଜେସିବି ଗାଡ଼ି ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ରେ ରାସ୍ତା କାମ କୁ ବିରୋଧ କରିବା ସହ ଠିକାଦାର ଓ ସୁପରଭାଇଜର ଙ୍କୁ ହତ୍ୟା ଧମକ ଦେଇଥୁବା ବେଳେ ଗ୍ରାମବାସୀ ଙ୍କୁ ସହଯୋଗ ନକରିବା ପାଇଁ ଲେଖା ହୋଇଛି। ପୋଷ୍ଟର ରେ ରାସ୍ତା କାମକୁ ବିରୋଧ କରୁଥିବା ହାତଲେଖ ପୋଷ୍ଟରରେ ଉଲ୍ଲେଖ ରହିଛି ।