ଲାଞ୍ଜିଗଡ଼ ରୁ ବାହାରିଲା କୃଷ୍ଟ ରୋଗ ଚିହ୍ନଟ ଶାମ୍ବ ରଥ
ଲାଞ୍ଜିଗଡ଼,(ଓ୍ବାଇଏନ୍ଏସ୍): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋଷ୍ଟିସ୍ୱାସ୍ତ୍ୟ କେନ୍ଦ୍ରରୁ ଆଜି କୁଷ୍ଠ ରୋଗୀ ମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଶାମ୍ବ ରଥ ବାହାରିଛି ।ଏହି ରଥ ବ୍ଲକ ରେ ଥିବା ବିଭିନ୍ନ ଗାଁ କୁ ଯାଇ ସଚେତନତା ସୃଷ୍ଟି କରିବା ସହ ଏହି ରୋଗ ରେ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରିବ ।ଏହି ରଥ ଲାଞ୍ଜିଗଡ଼ ବ୍ଲକର କୋଣଅନୁକୋଣରେ ସଚେତନ କରିବ ।ବିଶ୍ୱନାଥପୁର ସ୍ୱାସ୍ତ୍ୟ କେନ୍ଦ୍ର ର ଡାକ୍ତର ନିହାର ରଞ୍ଜନ ସାହୁ,pheo ଦିବାକର ପ୍ରଧାନ ଏହି ରଥର ଆଜି ଶୁଭ ଉଦଘାଟନ କରିଥିବାବେଳେ ଡାକ୍ତରଖାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


