ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଉପଦ୍ରବ୍ୟ:ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କଲେ
କଳାହାଣ୍ଡି:ଲାଞ୍ଜିଗଡ଼ ବ୍ଲକ୍ ଦୂର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତରେ ହାତୀପଲ ଉତ୍ପାତ କରିବା ସହ ଘରଦ୍ୱାର ଭଙ୍ଗାରୁଞ୍ଜ କରିଛନ୍ତି। କୁମଖାଲ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ଗତ କିଛି ଦିନ ହେବ ରାତିରେ ସମୟରେ ଏହି ହାତୀପଲ କୁମଖାଲ ପଞ୍ଚାୟତର ପୁନିଗୁଡା ଗ୍ରାମର ପାଲଖମନ ଠାରେ ଥିବା ଏକୁଟିଆ ଡୁଦୁ ମାଝୀଙ୍କ ଘରେ ଆତଙ୍କ ଖେଳାଇ ଥିଲେ। ୧୦ରୁ ଉର୍ଦ୍ଧ ହାତୀପଲ ଡୁଦୁଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ,ମାଣ୍ଡିଆ, କୋଳଥ ସହିତ ଘରେ ଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ । ଏହି ସମୟରେ ଘରେ ଥିବା ଡୁଦୁର ସ୍ତ୍ରୀ ନିତୁ ମାଝୀ ଓ ପୁଅ ସୁମନ୍ତ ମାଝୀ(୯)ଘର ପଛପଟୁ ବାହାରି ଜୀବନ ବିକଳରେ ନିକଟସ୍ଥ କୁମ୍ଭାର ପଡା ଠାରେ ଯାଇ ଆଶ୍ରୟ ନେଇଥିଲେ।ହାତୀ ଉପଦ୍ରବ ଯୋଗୁଁ ଡୁଦୁ ମାଝୀ ଙ୍କ ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଥିବା ବେଳେ ଗ୍ରାମର ଅନ୍ୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।


