ଲାପ୍ସ ଟୋକନକୁ ପୁନଃ କାର୍ଯ୍ୟକାରୀ ପାଇଁ ଚାଷୀଙ୍କ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର ବହୁ ଚାଷୀଙ୍କ ଟୋକନ୍ ଲାପ୍ସ କରିଥିବା ବେଳେ ସେମାନେ ଧାନ ବିକ୍ରି କରିବାରୁ ବଞ୍ôଚତ ହୋଇଛନ୍ତି । ଲାପ୍ସ ଟୋକନକୁ ପୁନଃ କାର୍ଯ୍ୟକାରୀ କରାନଗଲେ ଆଗାମୀ ବର୍ଷରେ ଚାଷୀ ପଞ୍ଜୀକରଣକୁ ଦୃଢ ବିରୋଧ କରିବେ ବୋଲି ଚାଷୀ ପଞ୍ଚାନନ ନାୟକ, ଜଳଧର ନାୟକ, ବିଜୟ କୁମାର ସାହୁ, ସୁକାନ୍ତ ସାହୁ, ସେକ୍ ଇମାମ୍, ଶାନ୍ତିଲତା ପୃଷ୍ଟି, ଭୀମସେନ ବିଶ୍ୱାଳ, ପ୍ରମୋଦ ନାୟକ, ଧନେଶ୍ୱର ନାୟକ, ଦାଶରଥି ସାହୁ, ଅନନ୍ତ ନାୟକ କହିଛନ୍ତି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ଉପରୋକ୍ତ ଚାଷୀ ମାନେ ଧାନ ବିକ୍ରି ପାଇଁ ସେବା ସମବାୟ ସମିତିରେ ଚାଷୀ ଅନଲାଇନ୍ ପଞ୍ଜୀକରଣ କରିଥିଲେ । ପରେ ଧାନ ବିକ୍ରି ନେଇ ସେମାନଙ୍କ ମୋବାଇଲକୁ ଟୋକନ ନମ୍ବର ଓ ବିକ୍ରି ତାରିଖ ଆସିଥିଲା । ପରେ ସେମାନେ ମଣ୍ଡିକୁ ଧାନ ନେଇଥିବା ବେଳେ ସମିତିର ସଂପାଦକ ଟାର୍ଗେଟ ନାହିଁ ବୋଲି କହି ଧାନ କିଣିଲେ ନାହିଁ । ଫଳରେ ସେମାନଙ୍କ ଟୋକନ୍ ଲାପ୍ସ କରିଗଲା । ଏବେ ଉପରୋକ୍ତ ଚାଷୀମାନେ ବହୁ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଜଣାଯାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି ।