ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷା ଶ୍ରମ ୫୮ ପ୍ରବାସୀ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭରତପୁର ପଂଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷା ଶ୍ରମ କୋଭିଡ କେନ୍ଦ୍ରରେ ରବିବାର ରାତି ପ୍ରାୟ ସାଢେ ଏଗାରଟାରେ ସୁରତରୁ ଏକ ବସ ଯୋଗେ ଆସିଥିବା ୫୮ଜଣ ପ୍ରବାସୀଙ୍କୁ ରଖାଯାଇଥିଲା । ରାତିରେ ଖବର ପାଇବା ପରେ ପଂଚାୟତ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ପହଁଚି ସମସ୍ତ ପ୍ରବାସୀଙ୍କ ଖାଇବା ପିଇବା ବନ୍ଦୋବସ୍ତ କରିବା ସହିତ ସେମାନେ କିପରି ସୁବିଧାରେ ସେହି କେନ୍ଦ୍ରରେ ରହିପାରିବେ ତା’ର ବ୍ୟବସ୍ଥା କରିଥିଲେ । ସେହି ୫୮ଜଣଙ୍କ ମଧ୍ୟରୁ ୨ଜଣ ନାବାଳକ ଥିବା ବେଳେ ୫ଜଣ ମହିଳା ଓ ୫୧ଜଣ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ମହାକାଳପଡା ବ୍ଲକର ୮ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୭ଜଣ, ମାର୍ଶାଘାଇ ବ୍ଲକର ୨୩ ଜଣ ଗରଦପୁର ବ୍ଲକର ୫ଜଣ, ଡେରାବିଶି ବ୍ଲକର ଜଣେ, କେନ୍ଦ୍ରାପଡା ବ୍ଲକର ୧୧ଜଣ ଥିବା ବେଳେ କେଉଁଝର ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ଜଣେ ଥିବାର ସୂଚନା ମିଳିଛି । ଆଜି ସକାଳେ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ କୋଭିଡ କେନ୍ଦ୍ରରେ ପହଁଚି ଅନ୍ୟ ବ୍ଲକ ଗୁଡିକର ଲୋକମାନଙ୍କୁ ସେସବୁ ବ୍ଲକକୁ ପଠାଇବାର ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ସୁଧା ୫୮ଜଣରୁ ଆଉ ୫ଜଣ ଏହି କୋଭିଡ ସେଂଟରରେ ଥିବା ବେଳେ ଅନ୍ୟମାନଙ୍କୁ ସଂପୃକ୍ତ ବ୍ଲକ ପକ୍ଷରୁ ଚାରିଚକିଆ ଯାନରେ ସେମାନଙ୍କ ବ୍ଲକ ଅଚଂଳରେ ଥିବା କୋଭିଡ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ