ଲାଲବାହାଦୂର ନୋଡାଲ ଉଚ୍ଚଶିକ୍ଷାଶ୍ରମରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ନୋଡାଲ ଉଚ୍ଚଶିକ୍ଷାଶ୍ରମ ପରିସରରେ ବୁଧବାର ପୂର୍ବାହ୍ନରେ ଗାନ୍ଧିଜୀଙ୍କ ୧୫୦ବର୍ଷ ଜନ୍ମ ବାର୍ଷିକୀ ଅବସରରେ ଜାତିରପିତା ମହାତ୍ମାଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତିକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏଥିସହିତ ଶିକ୍ଷାଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାଶ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଶ୍ରୀ ବର୍ମା ଯୋଗଦେଇ ଗାନ୍ଧିଜୀଙ୍କ ସେହି ସ୍ୱପ୍ନର ସ୍ୱରାଜ୍ୟ ସମ୍ପର୍କରେ କହିଥିଲେ ଯେ ପ୍ରକୃତରେ ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥିସହିତ ଗାଁ ଅର୍ଥନୀତି ସୁଦୃଢ ହେଲେ ଦେଶର ଅର୍ଥନୀତି ସୁଦୃଢ ହୋଇପାରିବ । ତେଣୁ କେବଳ ଭାଷଣ ନଦେଇ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅହିଂସା ଓ ସ୍ୱଛତାକୁ ଜୀବନର ବ୍ରତ୍ତକରିବା ସହ ଜାତି,ଧର୍ମ ଭେଦଭାବକୁ ଭୁଲି ଆଗେଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଖୁବ ସୁନ୍ଦର ବକ୍ତୃତା ଦେଉଥିବା ଶିକ୍ଷାଶ୍ରମର ୧୦ମ ଶ୍ରେଣୀ ଛାତ୍ରୀ ପୂଜାରାଣୀ ସେଠୀକୁ ଜିଲ୍ଲାପାଳ ଶ୍ରୀ ବର୍ମା ନିଜର ପେନଟିକୁ ପ୍ରଦାନକରି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରଧାନ ଶିକ୍ଷକ ବାଇଧର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ଗୁଡିକୁ ଜିଲ୍ଲାପାଳ ଧର୍ଯ୍ୟର ସହ ଶୁଣିବା ସହିତ ଖୁବ ଶୀଘ୍ର ସେସବୁର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦ ସଭାପତି ହେମନ୍ତ କୁମାର ଜେନା,ଉପସଭାପତି ବିଜୟ କୁମାର ଦାସ,ମୋ ସ୍କୁଲ ଅଭିଯାନ କମିଟି ସଭାପତି ଶାରଦା ପ୍ରସନ୍ନ ରାଉତ,ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା,ପ୍ରକାଶ କୁମାର ବେହେରା,ସଶ୍ମିତା ନାୟକ,ଜୟଶ୍ରୀ ମମତା ଦାସ,ନାରାୟଣ ଚନ୍ଦ୍ର ଜେନା,ଚିନ୍ମୟ କୁମାର ମହାନ୍ତି, ସମ୍ପାଦକ ହିମାଂଶୁ ଭୂଷଣ ନାୟକ,ରଞ୍ଜନ କୁମାର ମଲ୍ଲ,ଅରୁଣ ସାମଲ,ନିରୋଦ ରାଉତ,ଶ୍ରୀବତ୍ସ ରାଉତ,ଅକ୍ଷୟ ମନ୍ତ୍ରୀ,ଅରବିନ୍ଦ ମହାନ୍ତି ପ୍ରମୁଖ ପୁରାତନ ଛାତ୍ରମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ