ଲାଲ୍‌ବାହିନୀକୁ ଝଟକା : ୨୫୦ରୁ ଊର୍ଦ୍ଧ୍ବ ଛାଡ଼ିଲେ ସଂଗଠନ

ମାଲକାନଗିରି : ଲାଲ୍‌ବାହିନୀକୁ ଲାଗିଛି ଜୋରଦାର ଝଟକ। ୨୫୦ରୁ ଊର୍ଦ୍ଧ୍ବ ମିଲିସିଆ ମାଓବାଦୀ ଲାଲ୍‌ବାହିନୀର ହାତ ଛାଡ଼ିଛନ୍ତି। ମାଲକାନଗିରି ମହୁପଦର ଅଞ୍ଚଳର ମିଲିସିଆ ମାଓବାଦୀ ମାଥିଲି ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ସେମାନଙ୍କୁ ମାଗଣାରେ ଡ୍ରେସ ଓ କମ୍ବଳ ବଣ୍ଟନ କରିଛନ୍ତି। ଏମାନେ ପୂର୍ବରୁ ପୋଲିସ ବିରୁଦ୍ଧରେ ନକ୍ସଲଙ୍କ ପାଇଁ କାମ କରୁଥିଲେ। ବର୍ତ୍ତମାନ ସେମାନେ ନକ୍ସଲଙ୍କ ସମର୍ଥନ ଛାଡି ପୋଲିସ ସହ ହାତ ମିଳାଇଛନ୍ତି। ୨୫୦ରୁ ଅଧିକ ନକ୍ସଲଙ୍କ ଆତ୍ମସମର୍ପଣ ପରେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି। ଏଥିସହ ମହୁପଦର ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ