“ଲାଲ୍ କପ୍ତାନ’କୁ ଟକ୍କର ଦେବ “ଘୋଷ୍ଟ୍‌’ଫ୍ରାଇଡେ ରିଲିଜ୍‌

ଭୁବନେଶ୍ୱର: ରକ୍ତ ପିପାସୁ ନାଗା ସାଧୁ ଭୂମିକାରେ ଦିଶିବେ ସୈଫ ଅଲ୍ଲୀ ଖାନ୍ । ନବଦୀପ ସିଂହଙ୍କ ନିର୍ଦେଶିତ ଏହି ବହୁ ଚର୍ଚ୍ଚିତ ସିନେମାରେ ନାୟିକାର ନିର୍ଦ୍ଦେଶରେ ଜଣେ ନାଗା ସନ୍ୟାସୀ କିଭଳି ଅନ୍ୟ ଜଣେ ସନ୍ୟାସୀଙ୍କୁ ଆକ୍ରମଣ କରୁଛି, ସେଇଭଳି ଏକ ରହସ୍ୟମୟ କାହାଣୀକୁ ନେଇ ଶୁକ୍ରବାର ପରଦାକୁ ଆସୁଛି ସେଫ୍ ଅଲ୍ଲୀ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ “ଲାଲ୍ କପ୍ତାନ’ । ଏରୋସ୍ ଇଣ୍ଟରନାସନାଲ୍ ପ୍ରଯୋଜିତ ଏହି ସିନେମାରେ ମାନବ ବିଜ୍‌, ଜୋୟା ହୁସେନ୍‌, ଦୀପକ ଡୋବ୍ରିୟାଲ୍‌, ସାଇମନ ସିଂହ ପ୍ରମୁଖ ଅଭିନୟ କରିଛନ୍ତି । ଏଥିସହ ଆଉ ୫ଟି ନୂଆ ସିନେମା ଆଜି ମୁକ୍ତିଲାଭ କରିବାକୁ ଯାଉଛି । ଢେର୍ ଦିନ ପରେ ବିକ୍ରମ ଭଟ୍ଟଙ୍କ ନିର୍ଦେଶିତ ହରର ଥ୍ରିଲର “ଘୋଷ୍ଟ୍‌’ ପରଦାକୁ ଆସୁଛି । ସନୟା ଇରାନୀ ଓ ଶିବମ୍ ଭାର୍ଗବଙ୍କ ଅଭିନୀତ ଏହି ସିନେମାରେ ଜଣେ ଯୁବକ ହତ୍ୟା ମାମଲାରେ ଫସିଯିବା ପରେ ନ୍ୟାୟ ପାଇବା ପାଇଁ ସଂଘର୍ଷ କରୁଛି, ସେହିଭଳି କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଘୋଷ୍ଟ୍ । ପ୍ରେମ ପାଇଁ ଘର ଛାଡ଼ି ଚାଲିଯିବା ଭଳି ଘଟଣାକୁ “ପି ସେ ପ୍ୟାର୍ ଏଫ୍ ସେ ଫେରାର୍‌’ ସିନେମାରେ ଚିତ୍ରଣ କରିଛନ୍ତି ନିର୍ଦେଶକ ମନୋଜ ତିୱାରୀ । ଜାତୀୟ ସ୍ତରର କ୍ରୀଡ଼ାବିତଟିଏ ଅଜାତିର ଝିଅ ପ୍ରେମରେ ପଡ଼ିବା ପରେ ମଥୁରାରେ ସେ କିଭଳି ନିଜ ସଂପ୍ରଦାୟ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ ଏବଂ ଶେଷରେ ପ୍ରେମୀଯୁଗଳ କି ପଦକ୍ଷେପ ନେଇଛନ୍ତି ତାହାକୁ ଚିତ୍ରଣ କରିଛି ଏହି ଚଳଚ୍ଚିତ୍ର । ଏଥିସହ ଲାଇଫ୍ ମେ ଟାଇମ୍ ନେହିଁ ହୈ କିସିକୋ, ୟାରମ ଓ ମେଲେଫିସେଣ୍ଟ୍‌: ମିଷ୍ଟ୍ରେସ୍ ଅଫ୍ ଏଭିଲ୍ ମଧ୍ୟ ମୁକ୍ତିଲାଭ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ