ଲାସଭେଗାସ୍‌ରେ ଅଗ୍ନିକାଣ୍ଡ : ୬ ମୃତ, ୧୩ ଆହତ

ନୂଆଦିଲ୍ଲୀ : ଆମେରିକାର ଲାସଭେଗାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଶନିବାର ଲାସଭେଗାସର ଏକ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଲାସଭେଗାସ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯାଇଛି । ଲାସଭେଗାସର ବୋଲେଭାର୍ଡ ନର୍ଥରେ ରହିଥିବା ୪୨ ୟୁନିଟ୍‌ର କୋଠାରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯିବାର ଚେଷ୍ଟା କରାଯାଇଥିବା ବେଳେ ୨୩ ଜଣ ଫସି ରହିଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡରେ ସମୁଦାୟ ୪ ଲକ୍ଷ ୭୫ ହଜାର ଡଲାରର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ