ଲାୟନ୍ସ କ୍ଲବ ଇଣ୍ଟରନାସନାଲ ଜିଲ୍ଲା ୩୨୨ ସିି୪ର ୧୦ମ ଅଧିଷ୍ଠାନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଲାୟନ୍ସ କ୍ଲବ ଇଣ୍ଟରନାସନାଲ ଜିଲ୍ଲା ୩୨୨ ସି୪ର ୨୦୨୨-୨୩ବର୍ଷର ୧୦ମ ଅଧିଷ୍ଠାନ ଉତ୍ସବ ଭୁବନେଶ୍ୱରସ୍ଥିତ ହୋଟେଲ ପଦ୍ମଜାରେ ଅନୁଷ୍ଠିତ ହୋଇଯାଇଛି । ଗଭର୍ଣ୍ଣର ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲାୟନ୍ସ କ୍ଲବ ଇଣ୍ଟରନାସନାଲର ପୂର୍ବତନ ସଭାପତି ଲାୟନ ଡଃ ନରେଶ ଅଗ୍ରୱାଲ ମୁଖ୍ୟ ଅତିଥି ତଥା ଇନଷ୍ଟଲେସନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପ୍ରଥମ ମହିଳା ସନ୍ଧ୍ୟାରାଣୀ ନାୟକ, ଲାୟନ ଡ଼ାକ୍ତର ପି. କେ. ତ୍ରିପାଠୀ, ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ, ଲାୟନ ଆଇ.ଭି. କୋଟେଶ୍ୱର ରାଓ, ପ୍ରଥମ ଜିଲ୍ଲା ଉପାଧ୍ୟକ୍ଷା ଲାୟନ ସରସ୍ୱତୀ ପାତ୍ର, କେବିନଟେ ସେକ୍ରେଟାରୀ ଲାୟନ ଅଜୟ କୁମାର ମହାନ୍ତି, କେବିନେଟ ସେକ୍ରେଟାରୀ ଲାୟନ ଲଳିତେନ୍ଦୁ ଶତପଥୀ, କେବିନେଟ କୋଷାଧ୍ୟକ୍ଷ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ଜିଲ୍ଲାର କେବିନେଟ ସଭ୍ୟସଭ୍ୟା ତଥା ଜିଲ୍ଲାରେ ଥିବା କ୍ଲବମାନଙ୍କର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ଲବର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା । ଆରମ୍ଭରେ ସ୍ୱାଗତ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଅତିଥି କେବିନେଟ ସଭ୍ୟ, ସଭ୍ୟାମାନଙ୍କୁ ଶପଥପାଠ କରାଇଥିଲେ । ଲାୟନ ୨୦୨୨-୨୩ ବର୍ଷ ପାଇଁ ଅନେକ ସାମାଜିକ କାର୍ଯ୍ୟକ୍ରମ ଯଥା ଭୋକିଲା ଲୋକଙ୍କ ପାଇଁ ଖାଦ୍ୟ, ପରିବେଶ ସୁରକ୍ଷା ପାଇଁ ୧ଲକ୍ଷ ବୃକ୍ଷ ରୋପଣ, କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଚକ୍ଷୁ ରୋଗ ନିରାକରଣ, ମଧୁମେହ ରୋଗର ନିରାକରଣ ତଥା ଅନ୍ୟାନ୍ୟ ରୋଗର ନିରାକରଣ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଲାୟନ ଅଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ