ଲାୟନ୍ସ କ୍ଲବ ଏବଂ ଭୁବନେଶ୍ୱର ଓକିଲ ସଂଘ ତରଫରୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା, ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ ସକାଳ ୧୦.୩୦ ମିନିଟ୍ ସମୟରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଭୁବନେଶ୍ୱର ଓକିଲ ସଂଘ ହଲ୍‌ରେ ସ୍ଥାପିତ ହୋଇଯାଇଛି । ଉକ୍ତ ପ୍ରକଳ୍ପକୁ ମାନ୍ୟବର ଜିଲ୍ଲା ଜଜ୍ (ଖୋର୍ଦ୍ଧା, ଭୁବନେଶ୍ୱର) ମହୋଦୟ ଶ୍ରୀଯୁକ୍ତ ରାମ ଶଙ୍କର ହୋତା ଏବଂ ଲାୟନ୍ସ କ୍ଲବର ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଉଦ୍‌ଘାଟନ କରିଥିଲେ । ଲୟନ୍ସ କ୍ଲବର ସଭାପତି ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ସହ ସମ୍ପାଦକ ଲାୟନ ପ୍ରଶାନ୍ତ ପରିଡ଼ା, ଲାୟନ ଇଂ ଅଶ୍ୱିନୀ ସେନାପତି, ଲାୟନ ଇଂ ସଞ୍ଜୟ କୁମାର, ଲାୟନ ମାନଗୋବିନ୍ଦ ମହାପାତ୍ର, ଲାୟନ ବିପିନ ବିହାରୀ ବିଶ୍ୱାଳ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ, ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ, ଉପସଭାପତି ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ଆସୋସିଏସନର ସମସ୍ତ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଦ୍ୱାରା ପ୍ରତିଦିନ ୨୦୦୦ରୁ ଅଧିକ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବାର୍ ଆସୋସିଏନ୍ର ସମ୍ପାଦକ ଶ୍ରୀ ରାଜକିଶୋର ଦାସ ସୂଚନା ଦେଇଥିଲେ । ଶ୍ରୀଯୁକ୍ତ ଦାସ ଲାୟନ୍ସ କ୍ଲବର ଏହି ସାମାଜିକ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ