ଲାୟନ୍ସ କ୍ଲବ ନୟାପଲ୍ଲୀର ଗୁରୁଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୁରୁ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ ନୟାପଲ୍ଲୀର ସଭ୍ୟମାନେ ଭୁବନେଶ୍ୱରସ୍ଥିତ ୟୁଜି ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏକ ବର୍ଣ୍ଣାଢ୍ୟ ସମାରୋହରେ ସମ୍ମାନିତ କରିଥିଲେ । କ୍ଲବର ସଭାପତି ଲାୟନ ଟି. ରବି କୁମାର ପାତ୍ର ତାଙ୍କର ଭାଷଣରେ ଶିକ୍ଷକମାନଙ୍କ କର୍ତ୍ତବ୍ୟ, ଅବଦାନ ଓ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନ ବିଷୟରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସହାୟତାର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ପଣ୍ଡା କ୍ଲବର ଏପରି ପ୍ରତିଶ୍ରୁତି ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ଉତ୍ସବରେ ନୟାପଲ୍ଲୀ କ୍ଲବର ସଭ୍ୟ ଲାୟନ ପ୍ରଦୀପ୍ତ ମହାନ୍ତି, କୋଷାଧ୍ୟକ୍ଷ ଲାୟନ ଦେବସ୍ମିତା ମିଶ୍ର, ଲାୟନ ନିକୁଞ୍ଜ ଷଡ଼ଙ୍ଗୀ, ଲାୟନ ପ୍ରମୋଦ ଜେନା, ଲାୟନ ସତ୍ୟେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ଲାୟନ ନିର୍ମଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ୧୮ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉତ୍ତରୀୟ ଓ ଉପହାର ଦେଇ ସମ୍ମାନିତ କରାଯିବା ସହିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ