ଲାୟନ୍ସ କ୍ଲବ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ଲାୟନ୍ସ କ୍ଲବ, ଗୋପାଳପୁର ଶାଖା ଓ ବାଲେଶ୍ୱର ଲାୟନ୍ସ କ୍ଲବର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଜୁଡ଼ିଆସ୍ଥିତ କେସିଏ ପବ୍ଲିକ ସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅନୁପ ଦେ ଓ ଡାକ୍ତର ଚିନ୍ମୟୀ ପ୍ରଧାନ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଚକ୍ଷୁରୋଗୀଙ୍କ ଆଖି ପରୀକ୍ଷା କରିଥିଲେ । ସ୍ଥାନୀୟ ଅଞ୍ଚଳର ୧୪୬ ଜଣ ଚକ୍ଷୁରୋଗୀ ଏଥିରେ ଯୋଗଦେଇ ନିଜର ଆଖି ପରୀକ୍ଷା କରାଇ ଡାକ୍ତରଙ୍କଠାରୁ ଔଷଧ ଓ ପରାମର୍ଶ ନେଇଥିଲେ । ଏଥିରୁ ୪୮ ଜଣ ମୋତିବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଆସନ୍ତାକାଲି ବାଲେଶ୍ୱର ଲାୟନ୍ସ ଚକ୍ଷୁ ଡାକ୍ତରଖାନାରେ ସମସ୍ତଙ୍କର ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ ବୋଲି କ୍ଲବର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ଶିବିର ପରିଚାଳନାରେ ଜୁଣିଆ ଶାଖା କ୍ଲବର ଅଶୋକ କୁମାର ଅଗ୍ରୱାଲ, ବସନ୍ତ କୁମାର ପଣ୍ଡା, ପ୍ରିୟଦର୍ଶି ସିଂସାମନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।


