ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ଆନୁକୂଲ୍ୟରେ ୬ ଦିନିଆ ଫିଜିଓ ଥେରାପି ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୟାପଲ୍ଲୀସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ପରିସରରେ ଏକ ନିଶୁଳ୍କ ଫିଜିଓ ଥେରାପି ଶିବିର ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଆୟୋଜନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୩୫୦ଜଣ ରୋଗୀମାନଙ୍କର ଆଣ୍ଠୁ ଓ ଅଣ୍ଟା ଜନିତ ସମସ୍ୟାର ଡାଃ ଆର.କେ. ସିଂଘାଣିଆ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ଫିଜିଓ ଥେରାପି କରାଯାଇଥିଲା । ସଭାପତି ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି ଓ ଲାୟନ ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଆୟୋଜନ କରାଯାଇଥିଲା । ସହ ସମ୍ପାଦକ ଲାୟନ ପ୍ରଶାନ୍ତ ପରିଡ଼ା, କୋଷାଧ୍ୟକ୍ଷ ଲାୟନ ଏସ୍. କାହ୍ନୁ ରଞ୍ଜନ ପୃଷ୍ଟି, ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ସୁଧାଂଶୁ କୁମାର ମହାନ୍ତି ଓ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ରୋଗୀମାନଙ୍କର ଭଲମନ୍ଦ କଥା ବୁଝିଥିଲେ । ଏହି ଶିବିରରେ ଲାୟନ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ ଯୋଗଦାନ କରିଥିଲେ । ଏଭଳି ସେବାମୂଳକ କାର୍ଯ୍ୟ ଲାୟନ୍ସ କ୍ଲବ ଭୁବନେଶ୍ୱର ଦ୍ୱାରା ଭବିଷ୍ୟତରେ ଚାଲୁ ରହିବ ବୋଲି ଲାୟନ ପାଢୀ ପ୍ରକାଶ କରିଛନ୍ତି ।