ଲାୟନ୍ସ କ୍ଲବ ଭୁବନେଶ୍ୱର ଲୋଟସ ଦ୍ୱାରା ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଲାୟନ୍ସ କ୍ଲବ ଭୁବନେଶ୍ୱର ଲୋଟସ ଦ୍ୱାରା ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ସି୪ ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି ସଭାପତିତ୍ୱ କରିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ଲାୟନ ରେବତୀ ସ, ସଭାପତି ମିନାକ୍ଷୀ ଦାସ, ସମ୍ପାଦିକା ମାୟା ସ୍ୱାଇଁଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ମଧୁଲିତା ପଟ୍ଟନାୟକ । ଶେଷରେ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ ।