ଲାୟନ୍ସ କ୍ଲବ ଭୁବନେଶ୍ୱର ଡ଼ିଷ୍ଟ୍ରିକ୍ଟ ୩୨୨ ସି୪ର ଷଷ୍ଠ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର : ଲାୟନ୍ସ କ୍ଲବ ଭୁବନେଶ୍ୱର ଡ଼ିଷ୍ଟ୍ରିକ୍ଟ ୩୨୨ସି୪ର ଷଷ୍ଠ ବାର୍ଷିକ ସମ୍ମିଳନୀ ଗତ ୧୬ ଓ ୧୭ ଦୁଇଦିନ ଧରି କିଟ୍ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଣ୍ଟରନାସନାଲ ଡ଼ାଇରେକ୍ଟର ଲାୟନ ଜେ.ପି. ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବହୁତ ଶିକ୍ଷଣୀୟ ବିଷୟରେ ଅବଗତ କରାଇଥିଲେ । ଜେ.ପି. ସିଂହଙ୍କ ସହଧର୍ମିଣୀ ଲାୟନ ସିମି ସିଂହ ମଧ୍ୟ ଉପସ୍ଥିତ ଥିଲେ । ଲାୟନ୍ସ କ୍ଲବ ଡ଼ିଷ୍ଟ୍ରିିକ୍ଟ କ୍ଲବ ୩୨୨ ସି୪ର ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି ତାଙ୍କର ସହଧର୍ମିଣୀ ଲାୟନ ରେବତୀ ସଙ୍କ ସହିତ ଯୋଗ ଦେଇଥିଲେ । ଲାୟନ ବିଶ୍ୱନାଥ ମହାନ୍ତି ସଭାକୁ ପରି·ଳନା କରି ସମସ୍ତ କ୍ଲବକୁ ପ୍ରଶଂସା କରିବା ସହ ଅନେକ ଉପଦେଶ ଦେଇଥିଲେ । ସମ୍ମିଳନୀରେ ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି, ଲାୟନ୍ସ କ୍ଲବର ବହୁ ଉଚ୍ଚପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ନୂତନ ଗଭର୍ଣ୍ଣର ଭାବେ ଲାୟନ୍ସ ପ୍ରଦିପ୍ତ ପଣ୍ଡା, ଡ଼ିଜି ଇଲେକ୍ଟ, ଲାୟନ ହରିହର ଦାସ, ଡ଼ିଜିଭିଆଇ ଇଲେକ୍ଟ ଓ ଶେଷରେ ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ଡ଼ିଜି ଭାବେ ମଦଦାନ ଦ୍ୱାରା ନିର୍ବାଚିତ ହେଲେ । କାର୍ଯ୍ୟକ୍ରମରେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ କ୍ୟାବିନେଟ ସମ୍ପାଦିକା ରେବତୀ ସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ