ଲାୟନ୍ସ ଜିଲ୍ଲା ୩୨୨ ସି୪ର ୨୦୨୨-୨୩ ପାଇଁ ପୂର୍ବାଭାସ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଲାୟନ୍ସ ଜିଲ୍ଲା ୩୨୨ ସି୪ର ପୂର୍ବାଭାସ ସମ୍ମିଳନୀ ହୋଟେଲ ଏମ୍ପାୟାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୨୦୨୨-୨୩ ପାଇଁ ସମସ୍ତ କ୍ୟାବିନେଟ ସଭ୍ୟ ଯୋଗ ଦେଇଥିଲେ । ନିର୍ବାଚିତ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ, ନାରୀ ସଶକ୍ତିକରଣ, କିଶୋର ତଥା ଚପଳମତି ପିଲାଙ୍କର ଚରିତ୍ର ଗଠନ, ଲାୟନ୍ସ ଆଇଡ଼ଲ ଇତ୍ୟାଦି ଯୋଜନାକୁ ବିଭିନ୍ନ ବିଭାଗର କର୍ମୀମାନେ ପୁଙ୍ଖାନୁପୁଙ୍ଖ ଆଲୋ-ଚନା କରିଥିଲେ । ଉକ୍ତ ସଭାରେ ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ଆନ୍ତର୍ଜାତିକ ଡ଼ାଇରେକ୍ଟର ଲାୟନ୍ସ ସଙ୍ଗୀତା ଜାଟିଆ ସ୍ୱାଗତ ସମ୍ଭାଷଣ ବକ୍ତବ୍ୟ ରଖିଥିଲେ । ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଡାଃ ପି.କେ ତ୍ରିପାଠୀ, ଲାୟନ ସୁରେଶ କୁମାର ପାଢୀ, କ୍ଲବର ସୁପରିଚାଳନା ଓ କର୍ତ୍ତବ୍ୟନୀଷ୍ଠା ବିଷୟରେ ସୁଚାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ଆଇ.ଭି. କୋଟେଶ୍ୱର ରାଓ, ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ଲାୟନ ସରସ୍ୱତୀ ପାତ୍ର, ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ଲାୟନ ଲଳିତେନ୍ଦୁ ଶତପଥୀ ଓ ଜନ ସମ୍ପର୍କ ଅଧିକାରୀ ଲାୟନ ଖାଲିଦ ପରଭେଜ ଖାନ୍ ଏବଂ ବହୁ ଲାୟନ୍ସ ସଭ୍ୟ ଏହି ସଭାରେ ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ସମ୍ପାଦକ ଲାୟନ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


