ଲାୟନ ମେଲ୍‌ଭିନ୍ ଜୋନ୍‌ସଙ୍କର ୨୪୧ତମ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର,: ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ପରିସରରେ ଲାୟନ୍ସ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଲାୟନ ମେଲ୍‌ଭିନ୍ ଜୋନ୍‌ସଙ୍କର ୨୪୧ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଟ୍ରଷ୍ଟ ବୋର୍ଡ଼ର ଚେୟାରମ୍ୟାନ ଲାୟନ ଇଂ ବିପିନ ବିହାରୀ ନାୟକ, ମ୍ୟାନେଜିଙ୍ଗ ଟ୍ରଷ୍ଟର ଚେୟାରମ୍ୟାନ ଲାୟନ ସୁଧାଂଶୁ କୁମାର ମହାନ୍ତି, ଲାୟନ୍ସ କ୍ଲବର ଉପସଭାପତି ଲାୟନ ଅଶୋକ ଅଗ୍ରୱାଲା, ସମ୍ପାଦକ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ଲାୟନ ଇଂ ଏନ୍‌.ବି. ଚୌଧୁରୀ, ଲାୟନ କ୍ଷୀତିଶ ପାଲଟାସିଂ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡଃ ପ୍ରସନ୍ନ କୁମାର ମହାନ୍ତି ଜନ୍ମଦିନ କେକ୍ କାଟି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଚକ୍ଷୁ ଚିକିତ୍ସାଳୟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଲାୟନ ମେଲ୍‌ଭିନ୍‌ଙ୍କର ଜନ୍ମୋତ୍ସବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ