ଲିଆରି /ନିଆରୀ /ଚୁଡୁତିଆ ସମାଜର ବାର୍ଷିକୋତ୍ସବ ଓ ବନ୍ଧୁ ମିଳନ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) ଘୁମୁସର ଲିଆରି/ନିଆରୀ/ଚୁଡୁତିଆ ସମାଜ ର ବାର୍ଷିକ ଉତ୍ସବ ତଥା ବନ୍ଧୁ ମିଳନ ଉତ୍ସବ ବେଲଗୁଣ୍ଠାସ୍ଥ ନିଜସ୍ୱ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ତାଲୁକା ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ ସଭାପତି ପ୍ରଫୁଲ୍ଲ କୁମାର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସମସ୍ତ ତାଲୁକା ଏହିପରି ପ୍ରତିବର୍ଷ ବନ୍ଧୁ ମିଳନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କରିଥିଲେ। ଆଗାମୀ ଦିନରେ ଜାତିକୁ ତାଲିକା ଭୁକ୍ତ କରାଇବା ନିମନ୍ତେ ଛତ୍ରପୁର କଲେକ୍ଟର ଅଫିସରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଏବଂ ଏଥିପାଇଁ ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ହୋଇ କାର‌୍ୟ୍ୟକ୍ରମ କୁ ସଫଳ ରୂପାୟନ ଦେବା ନିମନ୍ତେ ଆହ୍ବାନ କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସମାଜ ଏକ ଅଙ୍ଗୁର ପେନ୍ଥା ବୋଲି ମତବ୍ୟକ୍ତ କରି ଏକ ତୁଳନାତ୍ମକ କାହାଣୀ ଉପସ୍ଥାପନା କରିଥିଲେ। ପୁର୍ବତନ ନଗରପାଳ ପ୍ରଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମାଜର ଉନ୍ନତି କେବଳ ଶୃଙ୍ଖଳା ଦ୍ବାରା ସଂଭବ ବୋଲି ସୂଚନା ପ୍ରଦାନ କରିଥିଲେ। ସାଂସଦ ପ୍ରତିନିଧି ପ୍ରଶାନ୍ତ ନାୟକ ମନ୍ଦିର ନିର୍ମାଣ ସକାଶେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ବିଜୁ ଜନତା ଦଳର ପ୍ରବକ୍ତା ତଥା ଉଚ୍ଚ ନ୍ୟାୟାଳୟ ଓକିଲ ଓଂ ପ୍ରକାଶ ସାହୁ ସମାଜର ନାମ ତାଲିକା ଭୁକ୍ତ କିପରି କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଜୁ ଜନତା ଦଳର କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ବେହେରା ପରିବାର ବିକାଶ ରେ ସମାଜର ବିକାଶ ବୋଲି ମତ ରଖିଥିଲେ। ସଂପାଦକ ବୁଲୁ ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଞ୍ଚଳିକ କର୍ମକର୍ତ୍ତା ମାନଙ୍କ ସମେତ ଶଙ୍କର ବେହେରା, ଯୁଗଳ କିଶୋର ବେହେରା. ଭଗବାନ ବେହେରା, ଅବିନାଶ ବେହେରା ଓ ନିରଞ୍ଜନ ବେହେରା ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ