ଲିଗାଲ୍ ଆୱାରନେସ୍ ଶିବିର ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଲିଗାଲ୍ ଆୱାରନେସ୍ ଶିବର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ମୋହନା କୋର୍ଟ ର ବିଚାରପତି ଶୁଭଜିତ୍ ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଜନ ଉପଯୋଗୀ ଯୋଜନା ଗୁଡିକ ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଯାଇଥିଲା, ଏହାସହ ଲୋକେ କିଭଳି ଯୋଜନା ଗୁଡିକ ର ସୁଫଳ ପାଇପାରିବେ ସେ ସମ୍ପର୍କ ରେ ଉପସ୍ଥିତ ମଞ୍ଚାସିନ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ l ବିଶେଷ କରି ଉପାନ୍ତ ଅଞ୍ଚଳ ରେ ଲୋକେ ସରକାର ଙ୍କ ଯୋଜନା ସମ୍ପର୍କ ରେ ଠିକ୍ ଭାବେ ଅବଗତ ହୋଇପାରୁନାହାଁନ୍ତି l ତେଣୁ ଏଭଳି ଶିବିର ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ଅଧିକାର ସମ୍ପର୍କ ରେ ଅବଗତ କରାଇବା ପାଇଁ ଆଇନ ସେବା ପ୍ରାଧିକରଣ ର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଆୟୋଜକ l କାର୍ଯ୍ୟକ୍ରମ ରେ ଚନ୍ଦ୍ରଗିରି ପଞ୍ଚାୟତ ର ବିଭିନ୍ନ ଗ୍ରାମର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ମୋହନା ଓକିଲ ସଙ୍ଘ ସଭାପତି ସନ୍ତୋଷ ପାଢ଼ୀ, ମୋହନା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୀପକ ପ୍ରଧାନ, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇଥିଲେ l