ଲିଙ୍ଗରାଜ ମନ୍ଦିରଠାରେ କରୋନା ସଚେତନତା

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ପର୍ଯ୍ୟଟକ ଓ ସେବାୟତମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରାଯାଇଛି । ମାକ୍ସ ବ୍ୟବହାର କରିବା, ବାରମ୍ବାର ହ୍ୟାଣ୍ଡୱାସ୍‌ରେ ହାତ ସଫା କରିବା, ଭିଡ଼ରୁ ଦୂରେଇ ରହିବା ନେଇ ସତର୍କତା କରାଯାଇଥିଲା । ଶନ୍ତି ଫାଉଣ୍ଡେସନ୍ ଓ ଭାରତୀୟ ଗଣତାନ୍ତ୍ରିକ ମାନବ ଅଧିକାର ସୁରକ୍ଷା ସଂଗଠନ (ପିଡିଏଚ୍‌ଆର୍‌ଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ମନ୍ଦିର ସିଂହଦ୍ୱାରଠାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପିଡିଏଚ୍‌ଆର୍‌ଆଇର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଶାଖା ସଂଯୋଜକ ତଥା ଶାନ୍ତି ଫାଉଣ୍ଡେସନ୍‌ର ସମ୍ପାଦକ ସଞ୍ଜୟ କୁମାର ପରିଡ଼ା, ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ବିଶ୍ୱଜିତ ସାହୁ, ରୋଜାଲିନ ମିଶ୍ର, ବରୁଣ କୁମାର ପ୍ରମୁଖ ସାମିଲ ହୋଇ ମାକ୍ସ ବଣ୍ଟନ କରିବା ସହିତ କରୋନା ପରି ମାରାତ୍ମକ ଜୀବାଣୁରୁ ରକ୍ଷା ପାଇବା ପାଇଁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ