ଲିଙ୍ଗରାଜ ମହୋତ୍ସବ : ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର ଚିତାକର୍ଷକ ନୃତ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଚାଲୁ ରହିଛି । ଚତୁର୍ଥ ଦିବସରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରେମାଞ୍ଜଳି ମିଶ୍ରଙ୍କ ନିର୍ଦେଶନାରେ ଶିବ ତାଣ୍ଡବ ନୃତ୍ୟ, ଶ୍ରୀକୃଷ୍ଣ ଭଜନ ମୁଁ ତୋ ଯଶୋଦା.. ମୁଁ ତୋ କକୈଇ.. ମୁଁ ତୋ ଗୁଣ୍ଡିଚା ମା’ ଏବଂ ସମ୍ବଲପୁରୀ ନୃତ୍ୟ କିନ୍ଦିରି କିନ୍ଦିରି ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ସେହିପରି ବର୍ଷା ପଟ୍ଟନାୟକଙ୍କ ନିର୍ଦେଶନାରେ ଛୋଟ ଛୋଟ ପିଲାମାନେ ଶ୍ୟାମ ତେରୀ ବଂଶୀ ଓ ଦହି ଚୋର ଭଜନରେ ନୃତ ଲୋକଙ୍କୁ ବିଭୋର କରିଥିଲା । ଏହି ଅବସରରେ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆସାମର ବିହୂ ନୃତ୍ୟ ଓ ମିଲା ଜୁଲି କଳାକେନ୍ଦ୍ର ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ କିମିଆ କରିଥିଲା । ସେହିପରି ପଦ୍ମଶ୍ରୀ ଏଲିଆନା ସିତାରିଷ୍ଟଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ବଲାଙ୍ଗିର ଗୃପ୍ ଗୁଡ଼୍‌କା ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ ଚିତାକର୍ଷକ ହୋଇଥିଲା । ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ