ଲିଙ୍ଗିପୁର ପଂଚାୟତ ବ୍ୟାପକ ଦୁର୍ନୀତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ସ୍ଥିତ ଏକାମ୍ର ନିର୍ବାଚନ ମଣ୍ଡଳି ଅଧିନସ୍ଥ ଲିଙ୍ଗିପୁର ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉଅଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଜୈନିକ ୱାର୍ଡ ମେମ୍ବର ମିଥ୍ୟା ସାର୍ଟିଫିକେଟ ଦେଇ ବିନା ସରକାରୀ ମେଡିକାଲ ବୋର୍ଡର ତଦନ୍ତର ସମ୍ମୁଖୀନ ନହୋଇ ପ୍ରତିମାସରେ ଶାରୀରିକ ଅକ୍ଷମ ବାବଦ ଭଡା ନେଉଅଛନ୍ତି ଯାହାକି ଆଇନଗତ ଭାବେ ସିଦ୍ଧ ନୁହେଁ । ଏହାକୁ କିଏ ମଞ୍ଜୁରୀ ଦେଇଛି କାହା ନିର୍ଦ୍ଦେଶ ବଳରେ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସରକାରୀ ତହବିଲଙ୍କୁ ଲୁଣ୍ଠନ କରାଯାଉଛି । କିଏ ସେହି ୱାର୍ଡମେମ୍ବର ତାଙ୍କର କ’ଣ ଶାରୀରିକ ଅକ୍ଷମତା ଅଛି ଏସବୁ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତର ଆବଶ୍ୟକତା ଅଛି । ଦ୍ୱିତୀୟତ ଏକ ପ୍ରମୁଖ ଘଟଣା ହେଉଛି ଗତ ବର୍ଷ ସେପ୍ଟେମ୍ବର ୨ ତାରିଖରେ ଏକ ନମ୍ବର ୱାର୍ଡର ୱାର୍ଡ ମେମ୍ବରଙ୍କର ମୃତ୍ୟୁ ଘଟିଥିଲା ଆଇନ ଅନୁଯାୟୀ ପଂଚାୟତ ଅଧିକାରୀ ସମ୍ପୃକ୍ତ ବିଡିଓ ଓ ସବ୍ କଲେକ୍ଟରଙ୍କ ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା କଥା ତଦ୍ୱାରା ନୂତନ ନିର୍ବାଚନ ହୋଇ ନୂତନ ୱାର୍ଡ ମେମ୍ବର ପ୍ରକ୍ରିୟା ପାଳନ କରାଯାଇ ନିର୍ବାଚିତ ୱାର୍ଡ ମେମ୍ବର ଆସିଥାନ୍ତେ କିନ୍ତୁ ଇତି ମଧ୍ୟରେ ଏକ ବର୍ଷ ବିତିବାକୁ ଗଲାଣି ନୂଆ ୱାର୍ଡ ମେମ୍ବର ନିର୍ବାଚିତ ହୋଇପାରିଲେନି କାରଣ ପଂଚାୟତ ଅଧିକାରୀ ବିଡିଓ ଓ ସବ୍‌କଲେକ୍ଟରଙ୍କ ଦୃଷ୍ଟି ଆକର୍ଷଣ ନକରିବାରୁ ତାହା ସମ୍ଭବ ହୋଇ ପାରିଲାନି । ଦୁର୍ନୀତି କରି ଅନ୍ୟ ଜଣେ ୱାର୍ଡ ମେମ୍ବରଙ୍କୁ ଏକ ନମ୍ବର ୱାର୍ଡର ଦାୟିତ୍ୱରେ ରଖାଗଲା କିଏ ନିର୍ଦ୍ଦେଶ ଦେଲେ ତାହା ତଦନ୍ତ ସାପେକ୍ଷ ଗତ ଜୁଲାଇ ମାସରେ ସବକଲେକ୍ଟରଙ୍କ ହସ୍ତକ୍ଷେପ ଫଳରେ ପଂଚାୟତ କାର୍ଯ୍ୟାଳୟରୁ ବିଡିଓଙ୍କୁ ଅବଗତ କରାଗଲା ଆପତତ ୧ବର୍ଷ ପରେ । କିଏ ଏହାର ସୂତ୍ରଧର କାହା ଦୋଷରୁ ବିଡିଓ କି ସବ୍ କଲେକ୍ଟରଙ୍କୁ ତୁରନ୍ତ ଜଣାଗଲା ନାହିଁ । ନିର୍ବାଚନ ଅଧିକାରୀ ୬ମାସ ମଧ୍ୟରେ ନିର୍ବାଚନ କରି ଖାଲିଥିବା ପଦବୀ ପୂରଣ କରିଥାନ୍ତେ । କେତେ ଟଙ୍କା ଖର୍ଚ୍ଚ କରି ଏହାକୁ ବନ୍ଦ କରାଯାଇଥିଲା ଓ କିଏ କିଏ ଏଥିରେ ସମ୍ପୃକ୍ତ ଭିଜିଲାନ୍ସ ବିଭାଗ ତଦନ୍ତ କଲେ ଦୋଷୀ ଅଧିକାରୀ ଜଣାପଡିବ ଓ ସମସ୍ତଙ୍କୁ ନ୍ୟାୟା ମିଳିପାରିବ ବୋଲି ଏଠାକାର ଜନସାଧାରଣଙ୍କର ମତ ପ୍ରକାଶ ପାଇଛି । ଲିଙ୍ଗିପୁର ପଂଚାୟତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି । ଏହାକୁ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଓ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ମଧ୍ୟ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ