ଲିଙ୍ଗେଶ୍ୱର ପୀଠରେ ବୃକ୍ଷ ରୋପଣ ସହ ଯଯାତି ନଗର ପରିକଳ୍ପନାର ଶୁଭାରମ୍ଭ
ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଓଡିଶାର ପୁରାତନ ରାଜଧାନୀ।ଏହା ଯଯାତି ନଗର ନାମରେ ବେଶ୍ ପରିଚିତ।ଏହାକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି ।ସେଥିପାଇଁ ମୂଳାପାଳ ଲିଙ୍ଗେଶ୍ୱର ଠାରୁ ସାହାପୁର ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ଯଯାତି ନଗର ସହରର ପରିକଳ୍ପନା କରାଯାଇଚ୍ଥି ।ତାହାରି ଆଧାରରେ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ, ସୈାନ୍ଦର୍ଯ୍ୟକରଣ କରାଯିବା ସହ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଚ୍ଥି ।ଏହା ଆଗାମୀ ଦିନରେ ଏକ ମନୋରମ ପର୍ଯ୍ୟଟ୍ଟନ ସ୍ଥଳ ଭାବେ ପରିଗଣିତ ହେବ ବୋଲି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଚ୍ଥନ୍ତି। ଶୁକ୍ରବାର ପୂର୍ବାହ୍ନରେ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ଓ ଅଶୋକ ଦାସ ପାଊଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା।ଯାଜପୁର ବିଧାୟକ ଶ୍ରୀ ଦାସଙ୍କ ସମେତ କୋରାଇ ବିଧାୟକ ଅଶୋକ କୁମାର ବଳ,ଜିଲ୍ଲାପାଳ ରଂଜନ କୁମାର ଦାସ, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ମନ୍ଦିର ପରିସରରେ ଏକ ସୁନ୍ଦର ଊଦ୍ୟାନ କରାଯାଇଚ୍ଥି ଓ ଆକର୍ଷଣୀୟ ବୃକ୍ଷ ଲଗାଯାଇଚ୍ଥି ।ସେହିପରି ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗୁଡିକୁ ଊନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କରାଯିବ।ଏହି ଅଞ୍ଚଳଟି ଜାତୀୟ ରାଜପଥ ପାଶ୍ୱର୍ରେ ଥିବାରୁ ଏହାକୁ ଆକର୍ଷଣୀୟ ଭାବେ କରାଯାଇ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରାଯିବ ବୋଲି ଊଭୟ ବିଧାୟକ ଓ ଜିଲ୍ଲାପାଳ ସୂଚନା ଦେବାସହ ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଚ୍ଥି ବୋଲି କହିଥିଲେ।ଅପର ପକ୍ଷରେ ମନ୍ଦିର ପାଶ୍ୱର୍ ନଦୀର ପଠାରେ ବ୍ୟାପକ ବୃକ୍ଷ ରୋପଣ କରାଯାଇ ଏକ ସବୁଜ ପରିବେଷ୍ଟନୀ ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଚ୍ଥି।ଏହି କାର୍ଯ୍ୟକ୍ରମରେ ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, କୋରାଇ ବି.ଡି.ଓ. ଶ୍ୱେତାସ୍ନିଗ୍ଧା, ବ୍ୟାସନଗର ତହସିଲଦାର ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲାପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ମାଳଆନନ୍ଦପୁର ସରପଞ୍ଚ ବିଶ୍ୱନାଥ ସ୍ୱାଇଁ ଓ ମୂଳାପାଳ ସରପଞ୍ଚଙ୍କ ପ୍ରତିନିଧି ସଂଜୀବ ନାୟକ, ଅନ୍ୟାନ୍ୟ ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।ପରେ କୋରେଇ ବ୍ଳକର ବଡବରୁଣେଇପଦାର ପ୍ରସ୍ତାବିତ ଚିଲିଂ ପ୍ଳାଣ୍ଟ, ନବୋଦୟ ବିଦ୍ୟାଳୟ ନିକଟସ୍ଥ ତାଜପୁର ଠାରେ ଏକ ଲକ୍ଷ ବୃକ୍ଷ ରୋପଣର ଜମିକୁ ଦେଖିବା ସହ ପାଣିକୋଇଲି ଠାରେ ପ୍ରସ୍ତାବିତ ମେଗା ନର୍ସରୀ ଓ ପକ୍ଷୀ ଅଭୟାରଣ୍ୟ କରିବା ଅଞ୍ଚଳକୁ ପରିଦର୍ଶନ କରି ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଥିଲେ।ଅଶୋକ ଦାସ ପାଂଉଣ୍ଡେସନର ସାଧାରଣ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ଦେଓ ଏଥିରେ ସହଯୋଗ କରିଥିଲେ।