ଲିଙ୍ଗ ନିରୂପଣ ଅଧିନିୟମର ଜିଲ୍ଲା ଉପଦେଷ୍ଟା କମିଟି ବୈଠକ

ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ଅଧିନିୟମର କାର୍ଯ୍ୟକାରୀ ନିମନ୍ତେ ଗଠିତ ଜିଲ୍ଲା ଉପଦେଷ୍ଟା କମିଟିର ଏକ ବୈଠକ ଆଜି ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ବୈଠକର ବିବରଣୀ ଉପସ୍ଥାପନ ସହିତ ସେଥିରେ ନିଆଯାଇଥିବା ବିଭିନ୍ନ ନିଷ୍ପତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁ କ୍ଷେତ୍ରରେ ନିଷ୍ପତି ଲାଗୁ ହୋଇପାରି ନାହିଁ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ସଂଖ୍ୟାରେ ବୃଦ୍ଧି କରାଯାଇଥିବା ବେଳେ ନିୟମିତ ଭାବେ ରୋଗୀମାନଙ୍କର ପରୀକ୍ଷଣ ଯେପରି ବୃଦ୍ଧି ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା । ଅଲଟ୍ରାସାଉଣ୍ଡ ମେସିନର ପଞ୍ଜୀକରଣ, ନବୀକରଣ ଓ ବିକ୍ରି ପାଇଁ ଆବେଦନ କରିଥିବା କ୍ଲିନିକ ସମ୍ପର୍କରେ ସମୀକ୍ଷା, ନିୟମରେ ଖିଲାପ କରିଥିବା କ୍ଲିନିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କର ପଞ୍ଜୀକରଣକୁ ବାତିଲ କରିବା ଏବଂ କୋଭିଡ-୧୯ ସଂକ୍ରମଣ ପରିସ୍ଥିତିରେ ଅଲଟ୍ରାସାଉଣ୍ଡ କ୍ଲିନିକଗୁଡିକର ଭୂମିକା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । କୋଭିଡ-୧୯ ସ୍ଥିତି ପାଇଁ ଅଲଟ୍ରାସାଉଣ୍ଡ କ୍ଲିନିକଗୁଡିକର ନିୟମିତ ପରିଦର୍ଶନକୁ ଏବେ ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଥିଲା । ତେବେ କେତେକ କ୍ଷେତ୍ରରେ ବୈଠକରେ ନିଆଯାଉଥିବା ନିଷ୍ପତି ଅନୁଯାୟୀ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ପରିସ୍ଥିତିରେ ସୁଧାର ହୋଇ ପାରୁ ନ ଥିବା ନେଇ ଗୃହରେ ଉପସ୍ଥିତ ସଦସ୍ୟ-ସଦସ୍ୟାମାନେ ମତ ରଖିଥିଲେ । ପ୍ରତି ମାସରେ ଏଭଳି ବୈଠକ କରିବା ସହ ବୈଠକରେ ହେଉଥିବା ନିଷ୍ପତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଲିଙ୍ଗ ନିରୂପଣ ଅଧିନିୟମର ଖିଲାପ କରୁଥିବା କ୍ଲିନିକମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସେଗୁଡିକର ଅଚାନକ ପରିଦର୍ଶନ, ଆବଶ୍ୟକ ସ୍ଥଳେ ଜରିମାନା ଏବଂ କ୍ଲିନିକ କର୍ତୃପକ୍ଷ ତଥା ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିସ୍‌ôାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଏଡିପିଏଚଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଭେଷଜ ବିଶେଷଜ୍ଞ ଡା. ସୁଶାନ୍ତ ମହାରଣା, ସମାଜସେବୀ ଡା. ମୀରା ପତି, ଡଃ ଶୁଭଶ୍ରୀ ଲେଙ୍କା, ଶିଶୁ ରୋଗ ବିଶେଷଜ୍ଞ ଡା. ସ୍ୱର୍ଣ୍ଣଲତା ପାଣିଗ୍ରାହୀ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା. ଏ.କେ.ଷଡଙ୍ଗୀ, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ, ଏନଏଚଏମ ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ ସନ୍ତୋଷ କୁମାର ବେହେରା ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ