ଲିଙ୍ଗ ନିରୂପଣ ଅଧିନିୟମର ଜିଲ୍ଲା ଉପଦେଷ୍ଟା କମିଟି ବୈଠକ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଗଠିତ ଜିଲ୍ଲା ଉପଦେଷ୍ଟା କମିଟିର ବୈଠକ ଆଜି ଅପରାହ୍ନ ୫ଘଟିକା ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜୁଲାଇ ମାସରେ ଅନୁଷ୍ଠିତ ବୈଠକର ବିବରଣୀ ଉପସ୍ଥାପନ କରାଯିବା ସହିତ ସେଥିରେ ନିଆଯାଇଥିବା ବିଭିନ୍ନ ନିଷ୍ପତିକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥି ସହିତ ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ଲିଙ୍ଗ ନିରୂପଣ ଅଧିନିୟମ ଲାଗୁ କରାଯାଇଛି ତାହାକୁ କିଭଳି ସଫଳ କରାଯାଇପାରିବ ସେ ସମ୍ପର୍କରେ ଉପଦେଷ୍ଟା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳତା ପାଇଁ ଅଲଟ୍ରାସାଉଣ୍ଡ ମେସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ କିଭିଳି ଅଧିକରୁ ଅଧିକ ଗର୍ଭବତୀଙ୍କର ପରୀକ୍ଷଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ତେବେ କୌଣସି କ୍ଷେତ୍ରରେ ଯେପରି ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ କରା ନ ଯାଏ ତାହା ସୁନିଶ୍ଚିତ କରିବାକୁ ଆଇନ୍କୁ କଡାକଡି କାର୍ଯ୍ୟକାରୀ କରିବା ଉପରେ ଉପଦେଷ୍ଟା କମିଟିର ସଦସ୍ୟ-ସଦସ୍ୟାମାନେ ଜୋର୍ ଦେଇଥିଲେ । ପ୍ରତି ଅଲଟ୍ରାସାଉଣ୍ଡ କ୍ଲିନିକ ଓ ପରୀକ୍ଷା କେନ୍ଦ୍ରରେ ଲିଙ୍ଗ ନିରୂପଣ ଅଧିନିୟମ ସଂକ୍ରାନ୍ତରେ ପୋଷ୍ଟର ଓ ହୋର୍ଡିଂ ମାଧ୍ୟମରେ ସଚେତନତା ସୃଷ୍ଟି, ଅଲଟ୍ରାସାଉଣ୍ଡ ମେସିନର ପଞ୍ଜୀକରଣ, ନବୀକରଣ ଓ ବିକ୍ରି ପାଇଁ ଆବେଦନ କରିଥିବା କ୍ଲିନିକ ସମ୍ପର୍କରେ ସମୀକ୍ଷା, ନୋଟିସ ପାଇ ମଧ୍ୟ ଯେଉଁ କ୍ଲିନିକ କର୍ତୃପକ୍ଷ ତାହାର ଉତର ଦେଇନାହାଁନ୍ତି ଏବଂ ନିୟମରେ ଖିଲାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କର ପଞ୍ଜୀକରଣକୁ ବାତିଲ କରିବା ଇତ୍ୟାଦି ସଂପର୍କରେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ନିୟମରେ ଖିଲାପ କରିଥିଲେ ଜୋରିମାନା ସହ କ୍ଲିନିକ କର୍ତୃପକ୍ଷ ତଥା ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିସ୍ôାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ଉପଦେଷ୍ଟା କମିଟିର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେଂଟ୍ ତଥା ଡିଏମଓ ଡା ମୃତ୍ୟୁଞ୍ଜୟ ମିଶ୍ର, ଭେଷଜ ବିଶେଷଜ୍ଞ ଡା. ସୁଶାନ୍ତ ମହାରଣା, ସମାଜସେବୀ ଡା. ମୀରା ପତି, ଲୀନା ପାଣିଗ୍ରାହୀ, ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି, ଏପିପି ଶ୍ରୀ ଭବଶଙ୍କର ସାହୁ, ହସପିଟାଲ ମ୍ୟାନେଜର ଶ୍ରୀ ସଚ୍ଚିଦାନନ୍ଦ ପାଢୀ, ଡିଏମଆରସିଏଚ ଏଲିନା ସାମଲ, ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିବା ବେଳେ ଆସିଷ୍ଟାଂଟ ମ୍ୟାନେଜର(ଆଇ.ଇ.ସି) ଶ୍ରୀ ସନ୍ତୋଷ କୁମାର ବେହେରା ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।