ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି । ଏଭଳି ପରିବର୍ତ୍ତନ ଦେଖି ଉଦ୍ଭିଦ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । “ଫୋର୍ଟିଗାଲ ୟୁ’ ନାମକ ଏହି ଗଛଟି ଆରମ୍ଭରୁ ପୁରୁଷ ଥିବାବେଳେ ଏବେ ଏହା ସ୍ତ୍ରୀ ଲିଙ୍ଗରେ ପରିବର୍ତ୍ତନ ହେଉଛି । କାରଣ ଏହାର ଛୋଟ ଛୋଟ ଅଂଶରେ ଏବେ ଫଳ ଫଳିବା ଆରମ୍ଭ କରିଛି । ତେବେ ପ୍ରଥମ କରି ଏହା ଲିଙ୍ଗ ପରିବର୍ତ୍ତନ କରୁଥିବାରୁ ଏହାର ଛୋଟ ଛୋଟ ଅଂଶରେ ଫଳ ଧରିବା ଆରମ୍ଭ କରିଛି । ଉଦ୍ଭିଦ ବିଜ୍ଞାନୀ ମେକ୍ସ କାଲମେନ କୁହନ୍ତି ପରିବେଶ ଓ ପାଣିପାଗରେ ପରିବର୍ତ୍ତନ କାରଣରୁ ଗଛଟିରେ ପରିବର୍ତ୍ତନ ଦେଖାଦେଇଛି । ବିଶେଷ କରି ବସନ୍ତ ଓ ଶୀତ ଋତୁରେ ଏମିତି ଲକ୍ଷଣ ଦେଖାଯାଇଥାଏ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ