ଲିଜ ପୋଖରୀରୁ ବାରମ୍ବାର ମାଛ ଚୋରି କାର୍ଯ୍ୟାନୁଷ୍ଠାନ ଶୁନ
ନାଉଗାଁ, (ଓ୍ବାଇଏନ୍ଏସ୍) : ଗଜରାଜପୁର ପଂଚାୟତର ଖଇରାହୁଲି ଗ୍ରାମର ବାବା ବ୍ରଜେଶ୍ୱର ସ୍ୱୟଂ ସହାୟୀକା ଦଳ ମାଛ ଚାଷ କରିଥିବା ପେଖାରୀରୁ ବାରମ୍ବାର ମାଛ ଚୋରି ହେଉଥିବା ଦଳର ସଂପାଦୀକା, ସଭାପତିଙ୍କ ସମେତ ସଭ୍ୟା ମାନଙ୍କ ସ୍ୱାକ୍ଷରରେ ଏକ ଲିଖିତ ଅଭିଯୋଗ ଗତ ୧୫ ଅପ୍ରେଲରେ ଥାନାରେ ପ୍ରଦାନ କରାଯାଇଥିଲା । ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ମାଛ ଚୋରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଭିଯୋଗ ମୁତାବକ ପଂଚାୟତ ପୋଖରୀକୁ ୨୦୧୮ ମେ ୧୫ ତାରିଖରେ ସ୍ୱୟଂ ସହାୟୀକା ଦଳ ଲିଜ ଆକାରରେ ଆଣିଛନ୍ତି । ଆମ୍ଭମାନେ ଏହି ପୋଖରୀରେ ବ୍ୟାଙ୍କ ଋଣ ସହିତ ବ୍ୟକ୍ତିଗତ ଜମା ପୁଞିରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମାଛ ଚାଷ କରାଯାଇଛି । ଦୀର୍ଘ ୧ ବର୍ଷ ହେବ ଉକ୍ତ ଗ୍ରାମର କିଛି ଲୋକ ଜବରଦସ୍ତ ପୋଖରୀ ମଧ୍ୟରେ ମହିଁଷି ପକାଇବା ସହିତ ମାଛ ଚୋରୀ କରୁଛନ୍ତି । ଏହାର ପ୍ରତିବାଦ କରିବାରୁ ଆମ୍ଭମାନଙ୍କୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଉଛନ୍ତି । ଆମ୍ଭମାନେ ଘରେ ରହୁଥିବା ସମୟରେ ସେମାନେ ପୋଖରୀରୁ ମାଛ ଚୋରି କରି ନେଇ ଯାଉଛନ୍ତି । ବର୍ତମାନ କରୋନା ଭୁତାଣୁ ସଂକ୍ରମଣ ଚାଲିଥିବା ଯୋଗୁ ଆମ୍ଭେ ମାଛ ଧରି ପାରୁନାହୁଁ । ବାରମ୍ବାର ଚୋରି ହେବା ଦ୍ୱାରା ଆମ୍ଭମାନଙ୍କର ବହୁତ ଆର୍ଥୀକ କ୍ଷତି ହେଉଛି । ତେଣୁ ମାଛମାନଙ୍କୁ ସୁରକ୍ଷା ଦେବା ସହିତ ଆମ୍ଭମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଏହି ଅଭିଯୋଗ ପତ୍ରକୁ ସଂପାଦୀକା ଅନୀତା ରାୟ, ଝରଣା ସ୍ୱାଇଁ ଆଦି ଥାନାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରକାଶ କରିଛନ୍ତି । ଏହା ସହିତ ସ୍ୱୟଂ ସହାୟୀକା ଦଳର ସଦସ୍ୟାମାନଙ୍କ ସ୍ୱାକ୍ଷରରେ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳ ଜଗତସିଂହପୁର, ନାଉଗାଁ ବ୍ଳକ ଉନ୍ନୟନ ଅଧିକାରୀ, ନାଉଗାଁ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ, ମିଶନ ଶକ୍ତି, ନାଉଗାଁ ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ନାଉଗାଁ ମତ୍ସ୍ୟ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ହେଲେ ଦୀର୍ଘ ଦିନ ହେବ ଅଭିଯୋଗ କରାଯାଇଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ପୋଖରୀରୁ ବାରମ୍ବାର ମାଛ ଚୋରି ହେଉଥିବାରୁ ଋଣ କରି ଆଣିଥିବା ଟଙ୍କା କିପରି ଶୁଝିବୁ ସଦସ୍ୟା ଜ୍ୟୋତ୍ସାରାଣୀ ରାୟ, ସଂଘମିତ୍ରା ରାୟ, ମିନତି ମଂଜରୀ ରାୟ ଆଦି ମତବ୍ୟକ୍ତ କରିଛନ୍ତି । ଏ ବିଷୟରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ସ୍ୱୟଂ ସହାୟୀକା ଦଳ ନିକଟରୁ କୌଣସି ଅଭିଯୋଗ ପାଇ ନଥିବା ପ୍ରକାଶ କରିଛନ୍ତି ।