ଲିଟିଲଷ୍ଟାର ଗ୍ରୁପ ପକ୍ଷରୁ ୧୮ ତମ ପାଠ ମଉଜ ଉଦଯାପିତ

ନିମାପଡା : ( ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ନିମାପଡା ସ୍ଥିତ ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ଆଜି ୧୮ ତମ ପାଠ ମଉଜ ଓ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ ହୋଇଯାଇଛି l କରୋନା କଟକଣା କୁ ମାନି ମେଧାବୀ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ସେମାନଙ୍କୁ ଓ ସେମାନଙ୍କ ଅଭିଵାବକ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ନେତୃତ୍ୱ ରେ ଦୀର୍ଘ ଏକ ମାସ ଧରି ନିମାପଡା, ଗୋପ, କୋଣାର୍କ, କାକଟପୁର ଓ ବଳଙ୍ଗା ପ୍ରଭୃତି ଅଂଚଳ ର ମେଧାବୀ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ତର୍କ, ପ୍ରବନ୍ଧ,ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ ପାଠମଉଜ କରାଯାଇଥିଲା l କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମହାରଣା ଙ୍କ ସହିତ ଶିକ୍ଷାବିଦ ଡ଼ଃ. ପ୍ରଣବ ସ୍ୱାଇଁ, ଡ଼ଃ. ରବୀନ୍ଦ୍ରନାଥ ପାଢ଼ୀ, ଜଗତ ପ୍ରସାଦ ସାବୁତ,ଶିକ୍ଷକ ନିର୍ମଳ କୁମାର ମିଶ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଘରେ ଯାଇ ସଂମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରାୟ 200 ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ବୋଲି ଅନୁଷ୍ଠାନ ର ସମ୍ପାଦକ ସୁମନ୍ତ ମହାରଣା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ