ଲିଟିଲ୍ ପ୍ଲେଷ୍ଟାର ସ୍କୁଲର ପ୍ରଥମ ବାର୍ଷିିକ ଉତ୍ସବ
ବେଲଗୁଣ୍ଠା,ଗାଙ୍ଗପୁର, (ଶିବରାମ ଚୈାଧୁରୀ): ଗାଙ୍ଗପୁର ଲିଟିଲ୍ ପ୍ଲେଷ୍ଟାର ସ୍କୁଲର ପ୍ରଥମ ବାର୍ଷିିକ ଉତ୍ସବ ୨୦୨୦ ଅନୁଷ୍ଠାନର ସଭାପତି ସରୋଜ କୁମାର ସାବତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରାଜକିଶୋର ମହାନ୍ତି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସଂରପଞ୍ଚ ମନୋଜ କୁମାର ପୋଲେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଗଳ୍ପ ମାଧ୍ୟମରେ ବହୁ ଜନହିତକର କଥା ବଖାଣିଥିଲେ । ଏଥିସହ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଉତ୍ସବେଶ୍ୱର ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପୋଲେଇ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅଭିଭାବକ ମାନଙ୍କର ଦାଇତ୍ୱ କଣ ସେ ବିସୟରେ ଆଲୋକପାତ କରିଥିଲେ ।ଶେଷରେ ସମସ୍ତ ଅତିଥିବୃନ୍ଦ ଶେଷରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଦର୍ଶନ ଗୈାଡ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ପ୍ରତିଯୋଗିତାରେ କହିବା ସହ ଜଣେ ଜଣେ ଉତ୍ତମ ମଣିଷ ହେବାକୁ କହିଥିଲେ । ଏଥିସହ ସଂପାଦିକା ଅନିତା କୁମାରୀ ରଥ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ଲେଷ୍ଟାର ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମକୁ ପରିବେଷଣ କରିଥିଲେ । ଶେଷରେ ସରୋଜ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।


