ଲିଟିଲ୍ ଷ୍ଟାର ଗ୍ରୁପ ର ଶିଶୁ ପ୍ରତିଭା ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ର ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ୍ ଷ୍ଟାର ଗ୍ରୁପ ର ୨୧ ତମ ଶିଶୁ ପ୍ରତିଭା ଉତ୍ସବ ପାଟପୁର ର ବାବା ଲୋକନାଥ ଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା,ସାଧାରଣଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ପୁରସ୍କାର ବିତରଣଉତ୍ସବ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଅଶୋକ ପଣ୍ଡା, ବାନର ସେନା ର ସଂପାଦକ ପ୍ରକାଶ ଖଟୋଇ ଅଧ୍ୟାପକ ରବୀନ୍ଦ୍ରନାଥ ପାଢ଼ୀ, ଶିକ୍ଷକ ବସନ୍ତ ସ୍ବାଇଁ, ନିମାପଡା ଘରୋଇ ବସ ମାଲିକ ସଂଘ ସଭାପତି ବିଚିତ୍ରା ନନ୍ଦ ଖଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପିଲା ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ଏକ ମାସ ଧରି ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଅଜୟ ମିଶ୍ର, ଅମୀୟ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଉତ୍ସବ ଓ ପ୍ରତିଯୋଗୀତା କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ