ଲିଟିଲ୍ ସ୍କୁଇରାଲ୍ ପବ୍ଲିକ ସ୍କୁଲରେ ରାଧାକୃଷ୍ଣ ପ୍ରତିଯୋଗିତା ଅନୁଷ୍ଠିତ
ବନ୍ତ , (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ କେନାଲ ଛକସ୍ଥିତ ଲିଟିଲ୍ ସ୍କୁଇରାଲ ପବ୍ଲିକ୍ ସ୍କୁଲରେ ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣ ପ୍ରତିଯୋଗିତା ଗୁରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ମାଆ ମାନେ ଅଂଶ ଗ୍ରହଣ କରିଥିଲେ । ସ୍କୁଲର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ୩୦ ଜଣ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ରାଧାକୃଷ୍ଣ ପ୍ରତିଯୋଗିଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସେହିପରି ମାଆ ମାନଙ୍କ ମଧ୍ୟରେ ଅନୁଷ୍ଠିତ ରାଧା ପ୍ରତିଯୋଗିତାରେ ସ୍ନେହପ୍ରଭା ରାଉତ, ମନୀକା ମହାପାତ୍ର, ପୂଜା ମଣ୍ଡଳ, ଲିଲିୟା ସ୍ୱାଇଁ, ମିକୁଲି ସେଠୀ, ପଦ୍ମାଳୟା ଦେବତା ପ୍ରମୁଖ ଭାଗ ନେଇଥିଲେ । ଏଥିରେ ଶ୍ରେଷ୍ଠ ରାଧା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଉପନିର୍ଦ୍ଦେଶିକା ମିସେସ୍ ମାନିନୀ ବିଶ୍ୱାଳ ଓ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ସେନାଅଧିକାରୀ ସମରେନ୍ଦ୍ର କୁମାର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ଜେନା, ସୁମିତ୍ରା ନାୟକ, ଋତୁପୂର୍ଣ୍ଣା ମହାନ୍ତି, ପ୍ରଣତି ସାହୁ, ଉମାରାଣୀ ବିଶ୍ୱାଳ, କର୍ମଚାରୀ ରୀନା କର ପ୍ରମୁଖ ସହୟତା କରିଥିଲେ । ସମସ୍ତ କାର୍ଯ୍ୟରେ ରବିନ୍ଦ୍ର କୁମାର ବିଶ୍ୱାଳ, ରତିକାନ୍ତ ଜେନା, ଶରତ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ମାଆ ମାନଙ୍କ ତରଫରୁ ସାଂସ୍କୃତିକ ରଂଗୋଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷକରି ମନୀକା ମହାପାତ୍ରଙ୍କ ଓଡିଶୀ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।