ଲିପସା ଦାସ କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ପ୍ରଥମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ବିଭାଗର କମ୍ପ୍ୟୁଟର ସାଇନ୍ସ ସମ୍ମାନର ଛାତ୍ରୀ ଲିପସା ଦାସ ମୋଟ ୨୬୦୦ମାର୍କରୁ ୨୨୨୦ମାର୍କ ଅର୍ଥାତ ୮୫.୩୮ ପ୍ରତିଶତ ମାର୍କରଖି ବିଭାଗରେ ପ୍ରଥମ ହୋଇଛନ୍ତି । ଲିପସା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ଗୁଲନଗର ପଞ୍ଚାୟତର ସ୍ମିତା ଦାସଙ୍କ ଏକମାତ୍ର କନ୍ୟା । ତାଙ୍କ ସଫଳତାରେ ସହପାଠୀମାନଙ୍କ ସହ ସେ ଅଞ୍ଚଳର ବହୁ ବିଶିଷ୍ଟବ୍ୟକ୍ତି ଲିପସାଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଲିପସା ଭବିଷ୍ୟତରେ ଜଣେ ସଫ୍ଟୱେୟାର ଇଞ୍ଜିନିଅର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଲିପସାଙ୍କୁ ୩ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତା ଅରବିନ୍ଦ ଦାସ ଏକ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଲିପସାଙ୍କ ମା’ ଜଣେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ ।


