ଲିଫ୍ଟ ଖସିପଡ଼ିବାରୁ ୬ ମୃତ୍ୟୁ
ଇନ୍ଦୋର- ନିର୍ମାଣାଧୀନ କୋଠାର ଅସ୍ଥାୟୀ ଲିଫ୍ଟ ଖସିପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି ଇନ୍ଦୋରସ୍ଥିତ ପାଟଲପାନୀରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ଅଧିକାରୀ ବିନୋଦ ଶର୍ମା କହିଛନ୍ତି । ସୂଚନାଥାଉକି , ମଙ୍ଗଳବାର ଇନ୍ଦୋର ଠାରୁ ୨୫ କିଲୋମିଟର ଦୂରରେ ଥିବା ଏକ ଫାର୍ମହାଉସର ଲିଫ୍ଟ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ପୁନୀତ ଅଗ୍ରୱାଲ (୫୩), ତାଙ୍କର ଝିଅ ପଲକ (୨୭), ଜ୍ୱାଇଁ କଳ୍ପେଶ (୨୮), ନାତୁଣୀ ନଭ ଅଗ୍ରୱାଲ ଓ ଦୁଇ ଜଣ ଶିଶୁ ଆର୍ୟ୍ୟବୀର ଓ ଗୌରବ ।


