ଲିବ୍ୟା: ସଶସ୍ତ୍ର ସଂଘର୍ଷରେ ୨ଠ୫ ମୃତ

ତ୍ରିପୋଲି(ଏଜେନ୍ସି): ଲିବ୍ୟାରେ ସମ୍ପ୍ରତି କ୍ଷମତାକୁ ନେଇ ଜାରି ସଂଘର୍ଷ ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ସଶସ୍ତ୍ର ହିଂସାକାଣ୍ଡରେ ଅଦ୍ୟାବଧି ୨ଠଠରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଛି । ମୋଟାମୋଟି ଭାବେ କହିଲେ ଲିବ୍ୟାରେ ଏବେ ଏକ ରାଜନୈତିକ ଅସ୍ଥିରତା ତଥା ପ୍ରତିହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି । ଏପରିସ୍ଥଳେ ଭାରତ ସରକାର ଲିବ୍ୟାର ରାଜଧାନୀ ତ୍ରିପୋଲିରେ ଫସିଥିବା ଭାରତୀୟ ନାଗରିକଙ୍କୁ (ପ୍ରାୟ ୫ଠଠଜଣ) ଉଦ୍ଧାର କରିବାକୁ ତତ୍ପର ହୋଇପଡିଛନ୍ତି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପରାମର୍ଶରେ ଫସିରହିଥିବା ଭାରତୀୟଙ୍କୁ ତୁରନ୍ତ ସେଠାରୁ ଚାଲି ଆସିବାକୁ କୁହାଯାଇଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଛନ୍ତି ଯେ, ଲିବ୍ୟାରୁ ଭାରତୀୟକୁ ସ୍ଥାନାନ୍ତର ଅଭିଯାନ ଆରମ୍ଭ କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଯେକୌଣସି ସୂଚନା ପାଇଁ ହେଲ୍ପ ଲାଇନ୍ ନଂ ୦୦୨୧୮୯୨୪୨୦୧୭୭୧ରେ ଯୋଗାଯୋଗ କରିବାକୁ କୁହାଯାଇଛି । କର୍ଣ୍ଣେଲ ଗଦାଫିଙ୍କୁ କ୍ଷମତାରୁ ହଟାଯିବା ଏବଂ ତାଙ୍କୁ ହତ୍ୟା କରାଯିବା ପରେ ଲିବ୍ୟାରେ ଅବସ୍ଥା ଶୋଚନୀୟ ହୋଇ ପଡିଛି । ବିଦ୍ରୋହୀ ଗୋଷ୍ଠୀର ନେତା ଜେନେରାଲ ହାଫତାରଙ୍କ ସେନା ଓ ଅନ୍ୟ ସଶସ୍ତ୍ର ବଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଫଳରେ ଲିବ୍ୟା ସଂକଟ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ପ୍ରକାଶ ଯେ, ଲିବ୍ୟାର ରାଜଧାନୀ ତ୍ରିପୋଲିରେ ଏହି ସଂଘର୍ଷ ଏପ୍ରିଲ ୪ରେ ଆରମ୍ଭ ହୋଇଥିଲା । ଲିବ୍ୟା ଏକଛତ୍ରବାଦ ଶାସକ ମୁଆମାର ଗଦାଫିଙ୍କ ମୃତ୍ୟୁ ପର ଠାରୁ ଲିବ୍ୟା ଦୁଇଟି ଦଳରେ ବିଭକ୍ତ ହୋଇଯାଇଛି । ଲିବ୍ୟା ସଂସଦ ସମର୍ଥିତ ଲବ୍ୟା ଜାତୀୟ ସେନା (ଏଲ୍ଏନ୍ଏ) ପୂର୍ବ ଲିବ୍ୟାକୁ ନିୟନ୍ତ୍ରଣରେ ରଖିଥିବାବେଳେ ମିଳିତ ଜାତିସଂଘ ସମର୍ଥିତ ମଧ୍ୟବର୍ତ୍ତୀକାଳୀନ ନ୍ୟାସନାଲ ଆକର୍ଡ ସରକାର (ଜିଏନ୍ଏ) ଲିବ୍ୟାର ପଶ୍ଚିମାଞ୍ଚଳକୁ ନିୟନ୍ତ୍ରଣରେ ରଖିଛି । ଏବେ ରାଜଧାନୀ ତ୍ରିପୋଲିକୁ ନିୟନ୍ତ୍ରଣକୁ ନେବା ପାଇଁ ଉଭୟ ଦଳର ସେନା ମଧ୍ୟରେ ସଂଘର୍ଷ ଚାଲିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲିବ୍ୟା ତ୍ରିପୋଲିର ଜନବହୁଳ ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା । ଅଦ୍ୟବାଧି ଏହି ଘଟଣାରେ ମୃତକ ସଂଖ୍ୟା ବୃଦ୍ଧି ପାଇ ୨ଠ୫ରେ ପହଞ୍ôଚଛି । ସେହିପରି ୯୧୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ